
କେନ୍ଦ୍ରାପଡ଼ା, ୨୩ା୮: ଦୀର୍ଘଦିନ ଧରି କେନ୍ଦ୍ରାପଡା ଜିଲ୍ଲା ରେଳ ଦେଖିନଥିଲା ମାତ୍ର ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମାଲବାହି ରେଳ ଚାଲିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଚାଲି ପାରିଲା ନାହିଁ । ଯଦି ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ପାସେଞ୍ଜର ରେଳ ଚାଲୁ ନହୁଏ ତେବେ ସମସ୍ତ ଜନ ସାଧାରଣଙ୍କୁ ଏକ ଜୁଟ କରି ଆସନ୍ତା ଆକ୍ଟୋବର ପ୍ରଥମ ସପ୍ତାହରେ କେନ୍ଦ୍ରାପଡାର ସମସ୍ତ ରେଳ ଷ୍ଟେସନରେ ଆନ୍ଦୋଳନ ହେବ ବୋଲି ସଚେତନ ନାଗରିକ ମଂଚ ପକ୍ଷରୁ ଆଡଭୋକେଟ ରମଣୀ ରଞ୍ଜନ ରାଉତରାୟ, ବିକାଶ ଚନ୍ଦ୍ର ବେଉରା, ପ୍ରମୋଦ ରାଉତ ପ୍ରମୁଖ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ପ୍ରଦାନ କରିଛନ୍ତି ।