ପାଟନାଳିରେ ପସିଲା କୁମ୍ଭୀର, ଆତଙ୍କରେ ସାଧାରଣ ଲୋକେ କୁମ୍ଭୀରକୁ ଧରିବାକୁ ଆସି ବନବିଭାଗ ବିଫଳ


ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବ ନଗର ଗ୍ରାମ ପାଖ ଏକ ପାଟ ନାଳିରେ ଗୁରୁବାର ସଂନ୍ଧ୍ୟାରେ ଏକ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନବିଭାଗକୁ ଖବର ଦେଇଥିଲେ । ଆଜି ବନବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀରକୁ ଉଦ୍ଧାର କରବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଯାହକୁ ନେଇ ସ୍ଥାନୀୟ ଅଂଚଳରେ କୌକୁଆଭୟ ଖେଳି ଯାଇଛି ।ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ବଳଦେବନଗର ଗ୍ରାମରେ ଅନେକ ଧାନ ବିଲରେ ଏବେ ପାଣି ଭରି ରହିଛି । ତେବେ ପଟନାଳି ପାଖ ଧାନ ବିଲରେ ଗୁରୁବାର କିଛି ଲୋକ ଏକ କୁମ୍ଭୀରକୁ ଦେଖିବାକୁ ପାଇଥିଲେ । ଏହାପରେ ସମଗ୍ର ଗାଁରେ ଆତଙ୍କ ଖେଳି ଯାଇଥିଲା । ଗତ କାଲି ସଂନ୍ଧ୍ୟାରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର କରିଥିଲ । ମହାକାଳପଡା ଫରେଷ୍ଟର ରାଜେଶ ପଟ୍ଟନାୟକଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଇଥିଲା । ମାତ୍ର ଅପରାହ୍ନ ୩ ଟା ପର୍ଯ୍ୟନ୍ତ କୁମ୍ଭୀରଟିର ଠାବ କରିପାରି ନଥିଲେ । ପ୍ରକାଶଥାଉକି, ଗତ ୩ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡା ଜିଲ୍ଲାରେ ୫ ଜଣଙ୍କ ଜୀବନ ଗଲାଣି । ଏଭଳି ସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରାଂଚଳରେ କୁମ୍ଭୀର ଆତଙ୍କ ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀ ମାନେ ରାଜନଗର ବନଖଣ୍ଡ ଅଧିକାରୀ ସୁଧାଂଶୁ ଗୋପିନାଥ ଯାଦବଙ୍କୁ ଜଣାଇବାରେ ସ୍କାଡମେମ୍ବର ଦୁଇଜଣଙ୍କୁ ରାତ୍ରୀ ପ୍ରହରା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।


Next Post

ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ହତ୍ୟାକାରୀ ନୀତି ପାଇଁ ସି.ପି.ଆଇ.ର ଲଢେଇ ଡାକରା

Sat Aug 26 , 2023
କେନ୍ଦ୍ରାପଡ଼ା, ୨୫ା୮: ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ମାରଣ ନୀତି ପାଇଁ ସି.ପି.ଆଇ. ଲଢେଇ ଡାକରା ଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ.)ର କେନ୍ଦ୍ରାପଡା ଜିଲ୍ଲା ପରିଷଦ ବୈଠକ ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଭାପତି ସାଥି ବାବାଜୀ ଧଳଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା ବାବାଜି ପରିଡା, ବରିଷ୍ଠ ଜନବାଦୀ ସାହିତ୍ୟିକ କୁମାର ହାସନ, ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଉଦେଶ୍ୟରେ […]

KANIKA