କୋଇଲା ବୋଝେଇ ଗାଡି ଜବତ, ଚାଳକ ଫେରାର


କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡା ସଦର ପୁଲିସ ଆଜି ସକାଳେ ଏକ ବେଆଇନ କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରିଛି । ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଚାନ୍ଦବାଲି ଅଞ୍ଚଳରୁ ବେଆଇନ କୋଇଲା ପିକ୍ ଅପ୍ ଭ୍ୟାନ୍ ଯୋଗେ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଗାଡିଟିକୁ ଧରିବାକୁ ଚେଷ୍ଟା କରିଥିଲା । ଗାଡିଟି ରାଜ୍ୟ ରାଜପଥରୁ ଗ୍ରାମ୍ୟ ରାସ୍ତା ଦେଇ କଟକ ଯିବାକୁ ବସିଥିବାବେଳେ ପୋଲିସ ପଟୁକୁରା ଅଞ୍ଚଳରୁ ଏହାକୁ ଜବତ କରିଥିଲା । ତେବେ ଗାଡିଚାଳକ କୌଶଳକ୍ରମେ ଗାଡି ଛାଡି ଖସି ପଳାଇଥିଲା ବୋଲି ସଦର ଆଇଆଇସି ଶରତ ସାହୁ ସୂଚନା ଦେଇଛନ୍ତି ।


Next Post

ଶ୍ରୀକ୍ଷେତ୍ରରୁ ବଡଭାଇଙ୍କ ପାଇଁ ତୁଳସୀକ୍ଷେତ୍ର ଆସିଲା ପାଟ୍ଟରାକ୍ଷୀ

Sun Aug 27 , 2023
କେନ୍ଦ୍ରାପଡ଼ା, ୨୭ା୮: ସମଗ୍ର ବିଶ୍ୱକୁ ପ୍ରେମ ବନ୍ଧନରେ ବାନ୍ଧିରଖି ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଶ୍ରୀମନ୍ଦିରରେ ତାଙ୍କର ମାନବୀୟ ଲୀଳା କରୁଛନ୍ତି । ସେଥିମଧ୍ୟରେ ଭାଇ ଓ ଭଉଣୀର ଅତୁଟ ପ୍ରେମ ବନ୍ଧନର ଅନ୍ୟତମ ଉଦାହରଣ ହେଉଛି ଗହ୍ମା ପୂର୍ଣ୍ଣମୀ ବା ରକ୍ଷା ବନ୍ଧନ ଉତ୍ସବ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଶ୍ରୀକ୍ଷେତ୍ରରୁ ଜଗତଜନନୀ ମା’ […]