
ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରଫେସର ଭରତ ପାତ୍ର, ପ୍ରଫେସର କୈଳାଶ ପାତ୍ର, ପ୍ରାଧ୍ୟାପକ ଗୋଲକ ମହାରଣା, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଚତୃର୍ଭୁଜ ରାଉଳ, ବିଜୟ ସାହୁ, ପ୍ରମୋଦ ନାୟକ, ସନାତନ ତରାଇ ପ୍ରମୋଦ ସାହୁ, ବଂଶୀଧର ନାୟକ, ଗନ୍ଧର୍ବ ଲେଙ୍କା ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ଅବସରକର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅବସରକର୍ମଚାରୀମାନେ ନିଜ ନିଜ ଅଂଚଳରେ ସମାଜସେବା ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସାମାଜିକ ଦାୟିତ୍ୱ ନିର୍ବାହ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।











