ମହିଳା ପୋଷ୍ଟମାଷ୍ଟର ବେକରୁ ସୁନା ଚେନ ଲୁଟ, ଥାନାରେ ଏତଲା



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଷ୍ଟମାଷ୍ଟରଙ୍କ ବେକରୁ ଲୁଟେରାମାନେ ସୁନା ଚେନ ଲୁଟି ନେଇଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଲୁଟ ମାମଲାର ତଦନ୍ତ ଚଳାଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ହେଡ଼ ପୋଷ୍ଟ ଅଫିସର ମହିଳା ପୋଷ୍ଟ ମାଷ୍ଟର ରେଣୁବାଳା ନାୟକ ଆଜି ସନ୍ଧ୍ୟା ୬.୩୦ମିନିଟ ସମୟରେ ଅଫିସ କାର୍ଯ୍ୟ ସାରି ଚାଲି ଚାଲି ନିକଟସ୍ଥ ଦକ୍ଷିଣଦିଆ ଗ୍ରାମରେ ଥିବା ନିଜ ବାସଭବନକୁ ଯାଉଥିବାବେଳେ ମୁନିସିପାଲିଟି ଅଫିସ ନିକଟରେ ଥିବା ସମିଲ ରାସ୍ତାରେ ତିନି ଜଣ ଲୁଟେରା ଏକ ସ୍କୁଟି ଯୋଗେ ଆସି ତାଙ୍କୁ ଆକ୍ରମଣ କରିବା ସହିତ ବେକରେ ଥିବା ଲକ୍ଷାଧିକ ଟଙ୍କାର ସୁନା ହାର ଲୁଟି ନେଇ ଅନ୍ଧକାର ମଧ୍ୟରେ ଦ୍ରୁତଗତିରେ ମହିଳା କଲେଜ ରାସ୍ତାରେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । କାହାରିକୁ ଡାକିବା ପୂର୍ବରୁ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ମହିଳା ପୋଷ୍ଟମାଷ୍ଟର ରେଣୁବାଳା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ଲୁଟ ମକଦ୍ଦମା ରୁଜୁ କରି ସମୁଦାୟ ଘଟଣାର ତଦନ୍ତ ଚଳାଇଛି । ସନ୍ଧ୍ୟା ସମୟରେ ଏଭଳି ଅଚାନକ ସୁନା ଚେନ ଲୁଟ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।


Discover more from

Subscribe now to keep reading and get access to the full archive.

Continue reading