ବିଏସ୍‌କେୱାଇକାର୍ଡକୁ ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ


BBSR- 6/6-ରାଜ୍ୟରେ BSKY ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଦୂର କରିଛନ୍ତି । ଗୁରୁବାର ସେ ଏକ ଭିଡିଓ ଜାରି କରି ସ୍ପଷ୍ଟ କହିଛନ୍ତି ଯେ, BSKY ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ କି ଡିସ୍‌ଚାର୍ଜ କରିପାରିବେ ନାହିଁ। BSKY କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ ନାହିଁ। ନୂଆ ନିଷ୍ପତ୍ତି ନ ଆସିବା ଯାଏ ଏହି ସେବା ବଳବତ୍ତର ରହିବ। କିଛି ଅସୁବିଧା ହେଲେ ହେଲ୍ପଲାଇନ୍‌ ନମ୍ବର ୧୦୪ରେ ଜଣାଇ ପାରିବେ। କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Next Post

୨୪ ବର୍ଷ ପରେ ଓଡିଶାରେ ପରିବର୍ତ୍ତନ

Fri Jun 7 , 2024
ଅଷ୍ଠଦଶ ଲୋକ ସଭା ସହ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି । କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଛି । ସେହିଭଳି ଓଡ଼ିଶାରେ ଭାଜପା, ଅରୁଣାଚଳ ପ୍ରଦେଶରେ ବିଜେପି, ସିକ୍କିମରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌) ଏବଂ ଆନ୍ଧ୍ରରେ ଟିଡିପି (ତେଲୁଗ ଦେଶମ ପାଟି) ସରକାର ଗଠନ କରିବା […]

KANIKA