ଆସନ୍ତା ୩୧ ତାରିଖ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଇଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର ୧୧ନଂ ୱାର୍ଡ ସଂଖ୍ୟାଲଘୁ ବସ୍ତି ଓ ଦଳିତବସ୍ତି ଲୋକଙ୍କ କଲ୍ୟାଣ ପାଇଁ ନବନିର୍ମିତ ମିଶନଶକ୍ତି ଗୃହ ଓ ଜଳନିଷ୍କାସନ ପ୍ରକଳ୍ପ ଉଦଘାଟନ କରିଥିଲେ । ରାଜ୍ୟ ବିଜେଡି ସଂଖ୍ୟା ଲଘୁ ସେଲ ସମ୍ପାଦିକା କାଉନସିଲର ସାନିଆ ପରମିନ ସାହେବାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ସାହୁ କହିଥିଲେେôଯ, ମା ମାନଙ୍କୁ ସଶକ୍ତ କରିବା ମିଶନଶକ୍ତି ଗୃହ ନିର୍ମାଣ କରାଯାଇଥିବାବେଳେ ଜଳନିଷ୍କାସନ ପ୍ରକଳ୍ପ ସଂଖ୍ୟାଲଘୁ ଓ ଦଳିତବସ୍ତିର ଦୀର୍ଘଦିନର ଜଳନିଷ୍କାସନ ସମସ୍ୟା ଦୂର କରିବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ସଂଖ୍ୟାଲଘୁ ଯୁବସଂଗଠକ ଏମ ଡି ପପୁ, ବରିଷ୍ଠନେତା ସେକ ଅବଦୁଲ ବାରି,ସଫିଉଦ୍ଦିନ ଖାଁ, ମୋଇଉଦ୍ଦିନ ଖାଁ, ସେକ ସୁଜାତ ଅଲ୍ଲୀ, ସେକ ତଫୋ,ପୂର୍ବତନ କାଉନସିଲର କେଶବ ସେଠୀ, ନିରଞ୍ଜନ ମାଝୀ, ପ୍ରଫୁଲ୍ଲ ମଲିକ, ସୌରେନ୍ଦ୍ର ବେହେରା, ମଳୟ ମଲିକ, ବାପି ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂଖ୍ୟାଲଘୁ ଯୁବସଂଗଠକ ଏମଡି ପପୁ ଧନ୍ୟବାଦ ଦେଇଥିଲେ । ବିଧାୟକ ଓ ପୌର ପରିଷଦ ଅଧ୍ୟକ୍ଷ ୧୧ନଂ ୱାର୍ଡରେ ପହଂଚିବା ମାତ୍ରେ ଶହ ଶହ ବିଜେଡି ନେତା କର୍ମୀ ଓ ସ୍ଥାନୀୟ ଜନସାଧାରଣ ଯୁବକ ଓ ମହିଳାମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ପ୍ରକଳ୍ପ ଉଦଘାଟନ ଉତ୍ସବକୁ ପାଛୋଟି ନେଇଥିଲେ ।
ସେହିପରି ପୌର ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡ ବକ୍ତାରପୁର ଗ୍ରାମର ଗୋଷ୍ଠୀ ଶୌଚାଳୟ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌର ପରିଷଦ ଦ୍ୱାରା ନିର୍ମିତ ଗୋଷ୍ଠୀ ଶୌଚାଳୟକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି,କାଉନସିଲର ଝରଣା ବେହେରା,ଇଂ ସୁଶୀଲ ବେହେରା ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଉପସଭାପତି ଟୁଟୁ ମିଶ୍ର, ଦିଗାମ୍ବର ମିଶ୍ର, ଯୁବନେତା ବାବନ ସାହୁ ସଞ୍ଜୟ ଦାସ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ବହୁ ବିଜେଡିନେତା, କର୍ମକର୍ତା, ସ୍ଥାନୀୟ ଲୋକପ୍ରତିନିଧି, ଯୁବକ ମହିଳା ଓ ଜନସାଧାରଣ ଯୋଗ ଦେଇଥିଲେ ।