ମାନବିକ ଅଧିକାର ଦିବସ ପାଳିତ



କେନ୍ଦ୍ରାପଡା,୧୦ା୧୨: କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ସେଣ୍ଟ ଜାଭିୟର ହାଇସ୍କୁଲ ଗୋପ କେନ୍ଦ୍ରାପଡା ଠାରେ ମାନବିକ ଅଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାନବିକ ଅଧିକାର ଓ ଏହାର ଅଧିନିୟମ ଅନ୍ତର୍ଗତ ନିୟମାବଳୀ ଓ ଆଇନର ଦିଗ ଉପରେ ଆଲୋକ ପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ପ୍ରାଧିକରଣ ତରଫରୁ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କୁମାର ସାହୁ, ଜିଲ୍ଲା ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ବ୍ଲକ୍ ଶିକ୍ଷା ଅଧିକାରୀ କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ଓ ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ଉଦ୍ଦେଶ୍ୟରେ ମାନବିକ ଅଧିକାର ଉପରେ ଶିକ୍ଷଣିୟ ବକ୍ତବ୍ୟମାନ ରଖିଥିଲେ ।


Next Post

ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଅଧିବେଶନ

Thu Dec 11 , 2025
କେନ୍ଦ୍ରାପଡା,୧୦ା୧୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୭୫ତମ ଅଧିବେଶନ ଗୋପସ୍ଥିତ ରାମ ମନ୍ଦିର ପରିସରରେ ସଭାପତି ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଂଗଠନ ସଂପାଦକ ବୈଷ୍ଣବ ଚରଣ ସ୍ୱାଇଁ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ନୂତନ ସଭ୍ୟ ଭାବେ ଯୋଗଦେଇଥିବା ସଭ୍ୟ ବିକ୍ରମ କିଶୋର ଦାସ ଓ ପ୍ରଫୁଲ କୁମାର ପତିଙ୍କୁ ସ୍ୱାଗତ କରାଯାଇଥିଲା । ନୂତନ ବର୍ଷ ଆସନ୍ତା […]

KANIKA