କେନ୍ଦ୍ରାପଡ଼ା,୩୦ା୮ : କେନ୍ଦ୍ରାପଡା ଜିଲ୍ଲା ୟୁଥ ସ୍ପୋର୍ଟସ, ଆଥଲେଟିକ, ଖୋଖୋ, ଲନବଲ ଓ ହ୍ୟାଣ୍ଡବଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରୁ ସହର ମଧ୍ୟ ଦେଇ ନୂଆ ବସଷ୍ଟାଣ୍ଡ ଏବଂ ନୂଆ ବସଷ୍ଟାଣ୍ଡରୁ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ମିନି ମାରାଥନକୁ ମୁଖ୍ୟ ଅତିଥି ପୋଲିସ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ମିନି ମାରାଥନକୁ ମୁଖ୍ୟ କୋଚ ସେକ ସୈାକତ ଖାନ ପରିଚାଳନା କରିଥିବା ବେଳେ ଲିଆକତ ଅଲ୍ଲୀ, ସୟଦ ଅକମଲ ଅଲ୍ଲୀ, ଜ୍ୟୋତିର୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଉର୍ଦ୍ଧ୍ୱୁ ପାଠାଗାରରେ ସେକ ଲିଆକତ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ୧୩ନମ୍ବର ୱାର୍ଡ କାଉନସିଲର ସେକ ଅସଲମ, ସମ୍ମାନିତ ଅତିଥି ଭାବେ ପୈାରଉପାଧ୍ୟକ୍ଷା ଆକବରୀ ଖାତୁନ ଓ ସ୍ପୋର୍ଟସ ଡେଭଲପମେଣ୍ଟ ପ୍ରମୋସନର ସଭାପତି ଦିପକ କୁମାର ଜେନା, ସମ୍ପାଦକ ଜଗଦିଶ ସାମଲ, ସହସମ୍ପାଦକ ସେକ ସକିଲ ପ୍ରମୁଖ ଯୋଗଦେଇ ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ ଖେଳାଳୀ ସାହାଦତ ଖାନ ଓ ରାଜ୍ୟ ଏବଂ ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଥିବା କ୍ରୀଡାବିତମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ସୟଦ ଅଲ୍ଲୀ, କ୍ରୀଢା ଶିକ୍ଷକ ଶ୍ରୀ ଦାସ, ସେକ ନସିମୁଦ୍ଦିନ, ଶିକ୍ଷକ ସେକ ଜାହାଙ୍ଗିର, ମହମ୍ମଦ ଅମୀର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଥଲେଟିକ କୋଚ ସେକ ସୈାକତ ଖାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।
kanikanews.in
Next Post
ପଟ୍ଟାମୁଣ୍ଡାଇ ପୌରପରିଷଦରେ ମାରାଥନ ଉଦଘାଟନ କଲେ ବିଧାୟକ
Thu Aug 31 , 2023
ପଟ୍ଟାମୁଣ୍ଡାଇ ତା ୩୦.୮-ପଟ୍ଟାମୁଣ୍ଡାଇ ପୌର ପରିଷଦର ବିକାଶ ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଆଜି ପୌର ପରିଷଦ ଦ୍ୱାରା ବିଭିନ୍ନ ୱାର୍ଡରେ ନିର୍ମିତ ମିଶନଶକ୍ତି ଗୃହ ଓ ଗୋଷ୍ଠୀ ଶୌଚାଳୟକୁ ଉଦଘାଟନ କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ବିଧାୟକ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବିଜେଡି ଦଳୀୟ କାର୍ଯାଳୟରୁ ବାହାରି ୧ନଂ ୱାର୍ଡରେ ଗୋଷ୍ଠୀ ଶୌଚାଳୟ […]

You May Like
- 1 year ago
ଦୁଇ ବାଇକ ମୁହାମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
- 9 months ago
ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ନିର୍ବାଚନ