ତୁଳସୀକ୍ଷେତ୍ର କଳାକାର ସଙ୍ଘ ଜିଲ୍ଲା ସ୍ତରୀୟ ମହୋତ୍ସବ ଉଦଘାଟିତ



କେନ୍ଦ୍ରାପଡ଼ା,୨୧ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବ ଶୁକ୍ରବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି କେନ୍ଦ୍ରାପଡା ମାଟି ହେଉଛି କଳା, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ମାଟି। ଏଠାରେ ବହୁ ପ୍ରତିଷ୍ଠିତ ସାହିତ୍ୟ, କଳାକାର ଓ ବିଦ୍ୱାନ ଜନ୍ମନେଇ ଏମାଟିକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ବକାର ତଥା ସାମ୍ବାଦିକ ଶ୍ରୀରାମ ଦାଶ ଯୋଗଦେଇ କେନ୍ଦ୍ରାପଡାର କଳାକାର, ସଂଗୀତକାର, ସାହିତ୍ୟିକ ଓ ବୁଦ୍ଧିଜୀବି ସର୍ବଦା ରାଜ୍ୟ, ଦେଶ ଓ ବିଦେଶରେ ସୁନାମ ଅର୍ଜ୍ଜନ କରି ଏମାଟିକୁ ଗୈାରବାନ୍ୱିତ କରି ଆସିଛନ୍ତି। ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ବିଜୟ ମହାନ୍ତି, ଭିକାରୀ ବଳ, ନିମାଇଁ ହରିଚନ୍ଦନ ପ୍ରଭୃତି ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ କେନ୍ଦ୍ରାପଡାକୁ ସମୃଦ୍ଧ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି କଳାକାର ମହୋତ୍ସବର ଆୟୋଜନ ଦ୍ୱାରା ଏହି ଜିଲ୍ଲାର କଳାକାରମାନେ ଆହୁରି ଆଗକୁ ଯାଇ ଆମ ଜିଲ୍ଲାର ଗୈାରବ ବୃଦ୍ଧି କରିବେ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକାରୀ ସଭାପତି ଗଗନବିହାରୀ ସିଂହ ମହୋତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ। ସଭାପତି ଶ୍ରୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ ବିବରଣୀ ପାଠ ଓ ଉପସଭାପତି ସବିତା ବରଜ ଧନ୍ୟବାଦେ ଅର୍ପଣ କରିଥିଲେ। ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାଂସ୍କୃତିକ ସମ୍ପାଦକ ବାବାଜି ପଟ୍ଟନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ନିରଞ୍ଜନ ପାତ୍ର, ଦେବେନ୍ଦ୍ର କୁମାର ଦାସଙ୍କ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟସଭ୍ୟାମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଓ କଳାକାରମାନେ ଓଡିଶୀନୃତ୍ୟ, ଘୋଡାନାଚ, ସଂକୀର୍ତ୍ତନ, ଏକତାରା ଭଜନ, କେନ୍ଦରାଗୀତ, ଦାସକାଠିଆ ଓ ପାଲା ପ୍ରଭୃତି ପରିବେଷଣ କରିଥିଲେ।


Next Post

ଦୀର୍ଘଦିନର ଦାବି ପୁରଣ   , ଛୋଟୀ ନହଙ୍ଗ ଆରଡି ରାସ୍ତା ନିର୍ମାଣ ଆରମ୍ଭ

Fri Nov 21 , 2025
କେନ୍ଦ୍ରାପଡ଼ା,୨୧ା୧୧:ଦେଶ ସ୍ୱାଧୀନ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନଥିଲା। ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନେ ଭତ୍ତା ଆଣିବାକୁ ଏବଂ ଖାଉଟି ସାମଗ୍ରୀ ଆଣିବା ପାଇଁ ଲୋକମାନେ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ନତୁବା ପଙ୍କ କାଦୁଅ ଭିତରେ ପଶି ଯିବାକୁ ବାଧ୍ୟ ହେଉଥିଲେ ଲୋକମାନେ। ବାରମ୍ବାର ଏହି ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଫଳରେ ଦୀର୍ଘ ଦିନର ଦାବି ଏବେ […]

KANIKA