ପଟ୍ଟାମୁଣ୍ଡାଇ ପୌରପରିଷଦରେ ମାରାଥନ ଉଦଘାଟନ କଲେ ବିଧାୟକ


ପଟ୍ଟାମୁଣ୍ଡାଇ ତା ୩୦.୮-ପଟ୍ଟାମୁଣ୍ଡାଇ ପୌର ପରିଷଦର ବିକାଶ ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଆଜି ପୌର ପରିଷଦ ଦ୍ୱାରା ବିଭିନ୍ନ ୱାର୍ଡରେ ନିର୍ମିତ ମିଶନଶକ୍ତି ଗୃହ ଓ ଗୋଷ୍ଠୀ ଶୌଚାଳୟକୁ ଉଦଘାଟନ କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ବିଧାୟକ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବିଜେଡି ଦଳୀୟ କାର୍ଯାଳୟରୁ ବାହାରି ୧ନଂ ୱାର୍ଡରେ ଗୋଷ୍ଠୀ ଶୌଚାଳୟ ଓ ଗ୍ରାମ ପୋଖରୀ ସୌଧର୍ଯ୍ୟକରଣ ପ୍ରକଳ୍ପ ଉଦଘାଟନ କରିଥିବାବେଳେ ୱାର୍ଡ ନଂ ୪.୫.୮,୧୦,୧୩,୧୪,୧୫,୧୬ , ୨୦ ରେ ଗୋଷ୍ଠୀ ଶୌଚାଳୟ ଉଦଘାଟନ କରିଥିଲେ । ଏଥି ସହିତ ୧୬ନଂ ୱାର୍ଡରେ ମିଶନଶକ୍ତି ଗୃହ ମଧ୍ୟ ଉଦଘାଟନ କରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ସହକାରୀଯନ୍ତ୍ରୀ ହଳଧର ବେହେରା, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ଜିଲ୍ଲା ଯୁବବିଜେଡି ଉପସଭାପତି ସୁରେଶ ସାହୁ, ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ, କାଉନସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ, ସୁବାଷ ମଲିକ, ଲାସ୍ୟମୟୀ ସାହୁ, ଲଷ୍ମୀପ୍ରିୟା ସାହୁ, ସୁଧାମୟ ମଲିକ, ମଧୁସ୍ମିତା ମଲିକ, ବିଦ୍ୟାଧର ସେଠୀ ଓ ବନିତା ମଲିକ, ଯୁବନେତା ବାବନ ସାହୁ, ଦିଲ୍ଲୀପ ଜେନା, ପିଣ୍ଟୁ ସେଠୀ, ରବୀନ୍ଦ୍ର ସାହୁ, ତ୍ରିଲୋଚନ ସାହୁ, ଲୋକନାଥ ପାତ୍ର, ଯୋଗେନ୍ଦ୍ର ବେହେରା, ଟୁଟୁ ମିଶ୍ର, ସୌରେନ୍ଦ୍ର ବେହେରା, ଦିଗାମ୍ବର ମିଶ୍ର ଓ ସଞ୍ଜୟ ଦାସ, ବାପି ସାମଲ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ ବିଧାୟକ ଓ ପୌର ଅଧକ୍ଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ଶୋଭାଯାତ୍ରା ବାଜା ବାଣ ସହିତ ପ୍ରକଳ୍ପ ଉଦଘାଟନ ଉତ୍ସବକୁ ପାଛୋଟି ନିଆଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading