ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବ୍ରାହ୍ମଣୀ ନଦୀରେ ଧୋଇ ହେଉଥିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଘଟିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ହେଲେ ଭାସ୍କର ରାଉତ (୬୦) । ଗ୍ରାମବାସୀଙ୍କ ଦ୍ୱାରା ଖୋଜା ଖୋଜି ଜାରି ରହିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରିରଖିଛି ।
ସୂଚନା ଅନୁଯାୟୀ, ରାଜପୁର ଗ୍ରାମର ଭାସ୍କର ରାଉତ ପୁଅ ଅନି ନଦୀ ଆରପାଖରେ ମଇଁଷିି ରଖିଥିଲେ । ସବୁଦିନ ପରି ଆଜି ମଧ୍ୟ ଡିଙ୍ଗି ସାହାଜ୍ୟରେ ମଇଁଷି ଖିର ପାଇଁ ଯାଇଥିଲେ । ସେଠାରେ ମଇଁଷି ଖିର କଲେକସନ କରି ଭାସ୍କର ନଦୀରେ ଧୁଆଧୋଇ ହେଉଥିଲେ । ଏହି ସମୟରେ ତାଙ୍କୁ ଏକ କୁମ୍ଭୀର ଟାଣି ନେଇଯାଇଥିଲା । ପୁଅ ଅନି ଚେଷ୍ଟାକରି ମଧ୍ୟ ମଣିଷ ଖିଆ କୁମ୍ଭୀର କବଳରୁ ବାପାକୁ ବଂଚାଇ ପାରିନଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରାଖିଛନ୍ତି ।
ସେପଟେ ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣକୁ ନେଇ ଭୟରେ ପୁରା ନଦୀକୂଳ ବାସୀ । ସୂଚନାଥାଉ କି, ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜାନଗର ଅଂଚଳରୁ ଲଗାତାର ୪ ଜଣ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ । ଆଜି ପୁଣି ଆଉ ଜଣଙ୍କୁ ଟାଣି ନେଇଛି କୁମ୍ଭୀର ।