ଗରାପୁର ଆଶ୍ରମରେ ଶିବାନନ୍ଦ ତୋରଣ ଉଦଘାଟିତ



କେନ୍ଦ୍ରାପଡ଼ା, ୯ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରି ଶ୍ରୀ ବିଷ୍ଣୁ ମହାଯଜ୍ଞ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଶିବାନନ୍ଦ ତୋରଣ ଉଦଘାଟିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଠ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶରତ ଚନ୍ଦ୍ର ପାତ୍ର ଓ ସହଧର୍ମିଣୀ ବସନ୍ତମଞ୍ଜରୀ ଦେବୀଙ୍କ ସହଯୋଗରେ ନବ ନିର୍ମିତ ‘ଶିବାନନ୍ଦ ତୋରଣ’କୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅବସରପ୍ରାପ୍ତ ପ୍ରଫେସର ଡା. ଅକ୍ଷୟ କୁମାର ମିଶ୍ର, ଶିବାନନ୍ଦ ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ମହର୍ଷି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ସ୍ୱାଇଁ, ଆଶ୍ରମର ପ୍ରତିଷ୍ଠାତା ସଦସ୍ୟ ହେମନ୍ତ କୁମାର ପରିଡା, ପ୍ରମୋଦ ନାୟକ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ମାନବ ଜୀବନରେ ଶାନ୍ତି ପ୍ରାପ୍ତି ପାଇଁ ଅଧ୍ୟାତ୍ମିକ ପରିବେଶ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଆଜିର ଯୁବ ସମାଜ ଅଧ୍ୟାତ୍ମିକତାକୁ ଆପଣାଇ ନେଲେ ଜୀବନରେ ସଫଳତା ପ୍ରାପ୍ତି କରିପାରିବେ ବୋଲି କହିଥିଲେ। ଏହି ଅବସରରେ ଚିଦାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପାତ୍ରଙ୍କୁ “ଦିବ୍ୟ ସୈାରଭ ସମ୍ମାନ” ଏବଂ କଳା,ସାହିତ୍ୟ, ମୂର୍ତ୍ତି ଗଠନ ଏବଂ ଅଧ୍ୟାତ୍ମକ କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ କୈଳାସ ଚନ୍ଦ୍ର ରାଉତଙ୍କୁ “ଚିଦାନନ୍ଦ କଳା ସମ୍ମାନ”ରେ ଆଶ୍ରମ ପକ୍ଷରୁ ସମ୍ମାନିତ କରାଯାଇଥିଲା। ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅର୍ଚ୍ଚନା ଗୋଏଙ୍କା, ଶିକ୍ଷାବିତ୍ ମନୋରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ନାଥ ମିଶ୍ର, ଚିତ୍ତରଞ୍ଜନ ଆଚାର୍ଯ୍ୟ, ରୀତାଞ୍ଜଳି ନାଥ, ଶିବାନୀ, ଶ୍ରୀଧର କୁମାର ମହାନ୍ତି, ଗାୟତ୍ରୀ ମହାନ୍ତି, ମନୋଜ କୁମାର ପଟ୍ଟନାୟକ, ଶରତ ଚନ୍ଦ୍ର ବରାଳ, ଶ୍ରୀଧର କୁମାର ରାଉତ, କୁଳମଣି ଦାସ, ଅନନ୍ତ ଚରଣ ସ୍ୱାଇଁ, ସତ୍ୟବ୍ରତ ସିଂହ, ପ୍ରଶାନ୍ତ କୁମାର ସ୍ୱାଇଁ, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମାମାନେ ପରିଚାଳନା କରିଥିଲେ।


Next Post

ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୮୮ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Mon Feb 10 , 2025
କେନ୍ଦ୍ରାପଡା,୧୦ା୨:ପଲେଇ ପଂଚାୟତ ଅଧିନସ୍ଥ ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ବହୁ ଦୂରଦୂରାନ୍ତରୁ ଆସି ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଅତି ଆଗ୍ରହ ସହ ଏକତ୍ରିତ ହୋଇଥିଲେ । ଦୀର୍ଘଦିନ ପରେ ଭେଟ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦର ସୀମା ନଥିଲା । କ୍ଷୀରୋଦ ଚନ୍ଦ୍ର ଭଦ୍ର ଓ ନିରାକାର ଦାସ ଏହି ସମାବେଶର ଆୟୋଜନ କରିଥିଲେ । ସ୍କୁଲ […]

KANIKA