କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଜି ପବିତ୍ର ବିଧାନସଭା ଗୃହରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସମେତ ରାଜନଗର ଆଳି ରାଜକନିକା ଅଂଚଳର ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ପ୍ରତିଷ୍ଠା କରିବା ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ […]
Month: September 2023
ପଟ୍ଟାମୁଣ୍ଡାଇ କଲେଜର ୨୦୨୦-୨୧ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶୈକ୍ଷିକ ଓ ପ୍ରଶାସନିକ ମାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ଅଧିକାରୀ ଲଷ୍ମୀନାରାୟଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ବିଶେଷଜ୍ଞ ମାନଙ୍କୁ ସ୍ୱାଗତ କରିଥିଲେ । ଆଇ କ୍ୟୁ ଏ ସି ସଂଯୋଜକ ପ୍ରାଧ୍ୟାପକ ସୁନୀଲ ପ୍ରଧାନ କଲେଜର ସଂକ୍ଷିପ୍ତ ଇତିହାସ ପ୍ରଦାନ କରିଥିଲେ […]
କେନ୍ଦ୍ରାପଡା ସହରର ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହଜୀଉଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହା ଏକ ପୁରାତନ ମନ୍ଦିର ହୋଇଥିବା ସ୍ଥଳେ ଏହାର ବିକାଶ କାର୍ଯ୍ୟରେ ସେଭଳି ପ୍ରଗତି ହୋଇନଥିବାର ଅନୁଭବ କରି ଏ ସମ୍ପର୍କରେ ସେ ଉପସ୍ଥିତ ଶ୍ରୀ ଜୀଉଙ୍କ ଶ୍ରଦ୍ଧାଳୁମାନଙ୍କ ସହିତ ବିଚାର ବିମର୍ଶ କରିଥିଲେ । […]
କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ସେକସନ ଅଫିସର ପଦରୁ ବ୍ରହ୍ମାନନ୍ଦ ସ୍ୱାଇଁ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରଥମ ସରକାରୀ କର୍ମଚାରୀ ଭାବେ ଶ୍ରୀ ସ୍ୱାଇଁଙ୍କର ଅବସର ପୂର୍ବରୁ ତାଙ୍କର ଫାଇନାଲ ପେନସନ କାଗଜପତ୍ର ଅନଲାଇନ୍ରେ ପଠାଇଦିଆଯାଇଛି । ଅବସର ନେବା ପରେ ସରକାରୀ କର୍ମଚାରୀମାନେ ପେନସନ ପାଇଁ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନିରାଶ ହେଉଥିବା ବେଳେ ଏହା କେନ୍ଦ୍ରାପଡା ଜିଲ୍ଲାରେ ପଥମ ଘଟଣା ବୋଲି ବିଭାଗ ପକ୍ଷରୁ […]
କେନ୍ଦ୍ରାପଡ଼ା, ୨୯ା୯: ରାଜ୍ୟରେ ଥିବା ସମସ୍ତ ପୈାରାଞ୍ଚଳର ଗରିବଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରିତା କରିବା ପାଇଁ ସରକାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି । ସେହି ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ପରଖିବା ନିମନ୍ତେ ଏକ ଉଚ୍ଚପଦସ୍ଥ ସରକାରୀ ଅଧିକାରୀମାନଙ୍କ ଟିମ କେନ୍ଦ୍ରାପଡା ପୈାରାଞ୍ଚଳର କେତେକ ୱାର୍ଡକୁ ପରିଦର୍ଶନରେ ଯାଇ ଏହି ଯୋଜନାର ହିତାଧିକାରୀମାନଙ୍କୁ […]
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚରପଡା ଗ୍ରାମରେ ଦୀର୍ଘ ୮ ରୁ ୯ ମାସ ହେବ ହେଉଥିବା ଚୋରା ମଦ କାରବାରକୁ ଝାନ୍ସୀ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ସଭ୍ୟାମାନଙ୍କ ଦ୍ୱାରା ବନ୍ଦ କରାଯାଇଛି । କାରଣ ସ୍କୁଲପାଖ ଓ ମନ୍ଦିର ପାଖରେ ମଦ୍ୟ ବ୍ୟବସାୟ କରୁଥିଲେ । ଯାହା ଫଳରେ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯାତାୟତ କରିପାରୁନଥିଲେ ଓ ପୂଜା କରିବା ପାଇଁ ମନ୍ଦିରକୁ ମହିଳାମାନେ ଆସୁନଥିଲେ […]
କେନ୍ଦ୍ରାପଡା,୨୯ା୯ : ଶୁକ୍ରବାର ଇନ୍ଦୁ ପୂର୍ଣ୍ଣିମା ଦିନ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ଓ ଭାଗବତ ଜନ୍ମ ମହାସମାରୋହରେ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣି ଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋ […]
କେନ୍ଦ୍ରାପଡା, ୨୯/୯: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଲୋଚ୍ୟ ବିଷୟ “ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ହୃଦୟକୁ ଜାଣିବା” ଉପରେ ଆଲୋଚନା କରାଯାଇଥିଲା । ସମୁଦାୟ […]
କେନ୍ଦ୍ରାପଡ଼ା, ୨୯ା୯: ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଭତ୍ତା ଅର୍ଥ ଆଦାୟ ପାଇଁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଦେଢମାସ ମଧ୍ୟରେ ଗ୍ରହଣ କରିବାକୁ ହାଇକୋର୍ଟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ଗତ ୨୦୧୨ରୁ ୨୦୧୭ମସିହା ମଧ୍ୟରେ ବିନା ସରକାରୀ ମଞ୍ଜୁରୀରେ ମଧୁବାବୁ ପେନସନ, ବିଧବା […]
ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ଇଲେକ୍ଟ୍ରିକ ଅଫିସ ନିକଟ ପୋଲ ପାଖ କେନାଲ କଡରେ ପକାଯାଉଥିବାରୁ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏଭଳି ସହରର ଅଳିଆ ଓ ଆବର୍ଜ୍ଜନା ସବୁକୁ କେନାଲବନ୍ଧ ରାସ୍ତା କଡରେ ପକାଇବା ଦ୍ୱାରା ପୂର୍ତ ଗନ୍ଧମୟ ପରିବେଶ ସୃଷ୍ଠି ହେଇଛି । ଫଳରେ ସେହି ରାସ୍ତା ଦେଇ ପ୍ରତ୍ୟେହ […]
ପଟ୍ଟାମୁଣ୍ଡାଇ ୨୯/୯ -ରାଜ୍ୟରେ ଚାଲିଥିବା ବାବୁରାଜ ବିରୋଧରେ ଦିନକୁ ଦିନ ମୁହାଁ ମୁହିଁ ହେବାରେ ଲାଗିଛନ୍ତି ବିରୋଧିଦଳ ନେତା-ପ୍ରଶାସକ ଓ ତୀବ୍ର ହେବାରେ ଲାଗିଛି ବିରୋଧ । ବିଭିନ୍ନ କାରଣକୁ ନେଇ କଥା କଟା କଟି ହେବା ସହ ଘଟଣା କୁ ନେଇ ପୋଲିସରେ ଅଭିଯୋଗ ପର୍ଯ୍ୟନ୍ତ ମଧ୍ୟ ଯାଉଛି । କିଛିଦିନ ତଳେ ଦେବଗଡ଼ ବିଧାୟକ ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଓ ବିଧାୟକ ତାରା ବାହିନୀପତି ପାପଡ଼ାହାଣ୍ଡି […]
ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର କହିଲା ଅଭିଯୋଗ ଆମର ନୁହେଁ, ଆଣିଥିଲେ ଅଶୋକ ପ୍ରତିହାରୀ ବିଜେଡିର ଦାବି କଂଗ୍ରେସ ବିଧାୟକଙ୍କ ସଂପୃକ୍ତିର ପ୍ରମାଣ ସାର୍ବଜନୀନ କରୁ କେନ୍ଦ୍ରାପଡା ୨୯/୯ ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ବେଆଇନ ଭାବେ ନିଜସ୍ୱ ହୋଟେଲ କରିଥିବା ଅଭିଯୋଗ ଆଣି ରାଜନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପୁତଳିକା ଦାହ କରାଯିବା ସହ ରାଜନଗର ଡିଏଫଓଙ୍କୁ ଦାବୀପତ୍ର ଦିଆଯାଇଛି । ଅପରାହ୍ନରେ ସାମ୍ବାଦିକ […]
ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ସମାଜସେବୀ ଦିବ୍ୟଜୀବନ ସଂଘର ଆଜୀବନ ସଦସ୍ୟା ଦିବଂଗତା ବିଦ୍ୟୁତଲତା ବିଶ୍ୱାଳଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ତରଡ଼ିପାଳ ଠାରେ ଭିନ୍ନକ୍ଷମମାନଙ୍କୁ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଯାଇଛି । ଡ଼ ଦେବ ପ୍ରସାଦ ସାମଲଙ୍କ ପୌରହିତ୍ୟ ଓ ଖବରଦାତା ଚିତ ରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ […]
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ବାବର-ବଅଢିଅ ନିକଟରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ନେଇ ତନ୍ତିଆ ପାଳ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ମହାକାଳପଡା ଥାନା ରାଜଗଡ଼ ଗ୍ରାମର ସ୍ୱାଗତ ସାମଲ । ସ୍ୱାଗତ ଗତ ୨ ବର୍ଷ ହେବ ରାଜନଗର ବ୍ଲକ ଭାରତ ଫାଇନାସ୍ କମ୍ପାନିରେ କ୍ୟାସ କଲେସନ କର୍ମଚରି ଭାବେ କାମ କରିଆସୁଛନ୍ତି । […]
ପଟ୍ଟାମୁଣ୍ଡାଇ ,୨୮ା୯ କଳ୍ପତରୁ ନାୟକ:- ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଗୁରୁବାର ପଟ୍ଟାମୁଣ୍ଡାଇ ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ଶାତାଧିକ ସଂଖ୍ୟାଲଘୁ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିଠାରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ବାଇପାସଠାରେ ପହଂଚିଥିଲା । ସେଠାରେ ସାମାଜିକ […]
ଓଡିଶାର ପ୍ରମୁଖ ବାଣିଜ୍ୟକେନ୍ଦ୍ର ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାରୁ ସବଡିଭିଜନ ଘୋଷଣା ପାଇଁ ଓଡିଶା ସରକାରଙ୍କ ନିକଟରେ ପଟ୍ଟାମୁଣ୍ଡାଇର ବିଭିନ୍ନ ସଂଗଟନ ପକ୍ଷରୁ ଦୃଢ ଦାବୀ କରିଅସୁଥରଲେ । ସୀମା ପୁନଃନିର୍ଧାରଣ ପରେ ଗୁରୁତ୍ୱପୂର୍ଣ୍ଣ ପଟ୍ଟାମୁଣ୍ଡାଇ ନିର୍ବାଚନ ଆସନର ବିଲୋପ ଘଟି କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ଆସନରେ ସାମିଲ କରାଯାଇଛି । ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାଭିମାନ ଓ […]
କେନ୍ଦ୍ରାପଡ଼ା, ୨୭/୦୯: ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ଜାତୀୟ ସ୍ତରରେ ସର୍ବୋଚ୍ଚ ସମବାୟ ସଂସ୍ଥା ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ମହାସଂଘ (ନାଫ୍ସକବ୍)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ରାପଡ଼ା ଜନ ଚେତନା ମଲ୍ଟିପରପୋଜ କୋଅପରେଟିଭ୍ ସୋସାଇଟିର ସଭାପତି ତଥା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ବରିଷ୍ଠ ନିର୍ଦ୍ଦେଶକ ଥିବା ଶ୍ରୀଦାସ ଗତ ମଙ୍ଗଳବାର ଦିନ ନାଫ୍ସକବ୍ ର ନିର୍ଦ୍ଦେଶକ ଭାବେ […]
କେନ୍ଦ୍ରାପଡ଼ା, ତା୨୮/୦୯: କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ଉତ୍କଳ ସମ୍ମିଳନୀର ଜିଲ୍ଲାର ପ୍ରତିଷ୍ଠା ଦିବସ ଓ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରିଡିଂ ରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସମ୍ପାଦକ ଡଃ ବାସୁଦେବ ଦାସ ଜିଲ୍ଲ୍ା ସଂଗଠନର ପ୍ରତିଷ୍ଠା, ରୌପ୍ୟ ଜୟନ୍ତୀ ପାଳନ ଓ ରାଧାନାଥ […]
କେନ୍ଦ୍ରାପଡ଼ା, ୨୮ା୯: ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆସନ୍ତା ସେଫ୍ଟେମ୍ବର ୩୦ରୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଅବସରରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ […]
କେନ୍ଦ୍ରାପଡ଼ା, ତା୨୮/୦୯: ଗାଙ୍ଗପଡା ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଭରସିଂହଠାରେ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଞ୍ଚାୟତ କଂଗ୍ରେସ କମିଟିର ପୁର୍ନଃଗଠନ କରାଯାଇ ଅଙ୍କୁର ଚରଣ ଦାସଙ୍କୁ ପୁର୍ନବାର ସଭାପତି ଭାବେ ନିର୍ବାଚିତ କରାଯାଇଛି । ଏହି କମିଟିରେ ଦିଲ୍ଲୀପ କୁମାର ରାଉତ, ରକିବ ଖାନ, ଅକ୍ଷୟ କୁମାର ଦାସ, ଡ଼ିସେମ୍ବର ଦାସ, ଭରତ ମଲ୍ଲିକ, ସବ୍ୟସାଚୀ […]
କେନ୍ଦ୍ରାପଡ଼ା,୨୮ା୯ : ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଆଜି କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ୫ହଜାରରୁ ଉର୍ଦ୍ଧ୍ୱ ମୁସଲମାନ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡା ହାଇସ୍କୁଲ ଛକଠାରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ନୂଆ ଇଦଘା ପଡିଆଠାରେ ପହଞ୍ଚିଥିଲା । ଏଥିରେ […]
କେନ୍ଦ୍ରାପଡ଼ା,୨୮ା୦୯ : ଭୁବନେଶ୍ୱର ଅଞ୍ଚଳରେ ସ୍ୱାତି(ଛଦ୍ମନାମ)ଙ୍କ ସହ କେନ୍ଦ୍ରାପଡା ସହର ସାନ୍ତସାହି ଅଞ୍ଚଳର ଜଣେ ଯୁବକଙ୍କର ପରିଚୟ ହୋଇଥିଲା । ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଦୁହେଁ ଦୁହିଙ୍କୁ ଜାଣିଥିଲେ । ସ୍ୱାତିଙ୍କ ଅନିଚ୍ଛା ସତ୍ତ୍ୱେ ଦତ୍ୟ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ । ପୀଡିତା ଗର୍ଭବତୀ ହେବାରୁ ତାଙ୍କର ଅଜାଣତରେ ଗର୍ଭପାତ କରାଯାଇଥିଲା । ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ ୨୦୨୩ ମସିହା ଏପ୍ରିଲ ୧୧ […]
କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସଦଭାବନା ୟୁଥ କ୍ଲବ ପକ୍ଷରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆଇନ ମହାବିଦ୍ୟାଳୟ ଛକସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷର ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଚଳିତ ଥର ମଧ୍ୟ କଲିକତାର କାରିଗରମାନଙ୍କ […]
କେନ୍ଦ୍ରାପଡ଼ା, ୨୭ା୯: ପବିତ୍ର ମହମ୍ମଦଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ବସ୍ତିର ଫଏଜାନେ ଅଏଲେ ବେତ୍(ଇନଷ୍ଟିଟ୍ୟୁଟ ଫର ଲନିଙ୍ଗ କୋରାନ)ର କୁନି କୁନି ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଏକ ସାଇକେଲ ଓ ଦ୍ୱିତୀୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ଏକ ସ୍କୁଲ ବ୍ୟାଗ ସହିତ ୫ଶହ ଟଙ୍କା ନଗଦ ପ୍ରଦାନ […]