କେରଡାଗଡ-ଏକମାଣିଆ ନଦୀରେ ଡଙ୍ଗାବୁଡି ଘଟଣା ଘାଟିଆ ସ୍ୱର୍ଗତ ସୁଦର୍ଶନ ସ୍ୱାଇଁଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର



କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ-ଏକମାଣିଆ ନଦୀରେ ଘାଟଡଙ୍ଗା ଚଳାଉଥିବା ସୁଦର୍ଶନ ସ୍ୱାଇଁଙ୍କୁ ମରଣୋତର ଭାବେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ସୁଦର୍ଶନଙ୍କ ସ୍ତ୍ରୀ ସୁବାସୀ ସ୍ୱାଇଁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଉତ୍ସବରେ କ୍ରୀଡାମନ୍ତ୍ରୀ ତୃଷାରକାନ୍ତୀ ବେହେରା, ହକି ଇଣ୍ଡଆ ସଭାପତି ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ପ୍ରଦୀପକୁମାର ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁଗର୍ଗ ପ୍ରମୁଖ ମଂଚାସୀନ ଥିଲେ । ସୂଚନା ଥାଉକି, ଚଳିତବର୍ଷ ଅପ୍ରେଲ ୨୭ତାରିଖ ଦିନ କେରଡାଗଡଏକମାଣିଆ ଘାଟରେ ଏକମାଣିଆ ଗ୍ରାମର ସୁଦର୍ଶନ ଡଙ୍ଗାରେ ଲୋକ ଚଢାଇ ଘାଟଡଙ୍ଗା ଆଣୁଥିବା ବେଳେ ଡଙ୍ଗାଟି ନଦୀରେ ବୁଡି ଯାଇଥିଲା । ସୁଦର୍ଶନ ନିଜ ଜୀବନକୁ ଖାତିର ନକରି ଅନେକ ଲୋକଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ବୁଡି ଯାଉଥିବା ଜଣେ ଯୁବକକୁ ଉଦ୍ଧାର କରିବାକୁ ଯାଇ ଶେଷରେ ପ୍ରାଣ ହରାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading