ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୬୦ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ



ପଟ୍ଟାମୁଣ୍ଡାଇ ତା ୨୯/୮-ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ,ନନ୍ଦ ଉତ୍ସବ ଓ ଚୀର ଅମର ବେଦାନ୍ତ କେଶରୀ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠ ସନ୍ଥ ସଂରକ୍ଷକ ସ୍ବାମୀ ଅସୀମାନନ୍ଦ ଦାସ ମହାରାଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବର ମହତ୍ତ୍ୱ ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ତ୍ୟାଗ ,ବଳିଦାନ ଓ ବିଚାରଧାରା ସମ୍ପର୍କରେ ଆଲୋକପାତକରିଥିଲେ।
ଏହି ଉତ୍ସବରେ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଗୋପୀନାଥ ତ୍ରିପାଠୀ,ସମ୍ପାଦକ ବୀରେନ୍ଦ୍ର ସାମଲ, ବଜରଙ୍ଗ ଦଳ ଜିଲ୍ଲା ସୁରକ୍ଷା ପ୍ରମୁଖ ଲୋକନାଥ ଦାସ, ଆର ଏସ ଏସ ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ବିଶ୍ୱ ହିନ୍ଦୁ ପରିଷଦ ପଟ୍ଟାମୁ ଣ୍ଡାଇ ପ୍ରଖଣ୍ଡର ସଭାପତି ଦେବାଶିଷ ପଣ୍ଡା, କାର୍ଯକାରୀ ସଭାପତି ଅମ୍ବୁଜ ଭୂଷଣ ନାୟକ, ବରିଷ୍ଠ କାର୍ଯ୍ୟକର୍ତ୍ତା ଅଜିତ୍ ମଲ୍ଲିକ ,ପ୍ରଭୁଦତ୍ତ ଦାସ, ଶୁଭକାନ୍ତ ନାୟକ,ମକର ଚରଣ ସାହୁ,ପପୁ ମଲ୍ଲିକ,ଉମାକାନ୍ତ ରାଉତ,ପିଙ୍କନ ଜେନା,ଆଶିଷ କୁମାର ସେଠୀ,ଶଙ୍ଖଦତ୍ତ ମଲ୍ଲିକଙ୍କ ସମେତ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।