ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ସମ୍ପନ୍ନ


କେନ୍ଦ୍ରାପଡା ସହର ଉପକଣ୍ଠ ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ଦୀର୍ଘ ୫ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ଶ୍ରୀଜୀଉଙ୍କ ଆର୍ଶୀବାଦ ଭିକ୍ଷା ପୂର୍ବକ ଆଗାମୀ ୧୫ ଦିନ ମଧ୍ୟରେ ଜୀଉଙ୍କ ଦୋଳବେଦୀରେ ପୁର୍ନବିନ୍ୟାସ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଜୀଉଙ୍କ ମନ୍ଦିରର ପୁନରୁଦ୍ଧାର ଓ ଦୋଳବେଦୀକୁ ସମ୍ପର୍ଣ୍ଣ ନବୀକରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଦର ଜାଲି ଓ ତାଙ୍କ ସହଧର୍ମିଣୀ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ, ପ୍ରାକ୍ତନ ଅର୍ବାନ ବ୍ୟାଙ୍କ ମୁଖ୍ୟ ସୁଶୀଲ କୁମାର ସାମଲ, ପ୍ରାକ୍ତନ ନଗରପାଳ ପ୍ରବୀର କୁମାର ମହାନ୍ତି, ପ୍ରାକ୍ତନ ଓ ବର୍ତ୍ତମାନ କାଉନସିଲର ଓ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଗୁଣନିଧି ଜଗତି, ଟ୍ରଷ୍ଟି ବ୍ରହ୍ମନନ୍ଦ ତ୍ରିପାଠୀ, ବିଶ୍ୱଜିତ୍ ରାୟ, ଜିତେନ୍ଦ୍ର ମହାନ୍ତି, ମୁରଲୀଧର ମହାନ୍ତି, ଶ୍ରୀଧର ନାଥ, ଶକ୍ତିକାନ୍ତ ବଳ, ସନ୍ତୋଷ ତ୍ରିପାଠୀ ଓ ମନୋରଞ୍ଜନ ମହାପାତ୍ର ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଉପଦେଷ୍ଟା ଶରତ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଏବଂ ଏଥିରେ ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । କେନ୍ଦ୍ରାପଡାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ଦାରୁବ୍ରହ୍ମ କଳାକାରମାନଙ୍କ ଦ୍ୱାରା ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ଶହ ଶହ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ ।


Next Post

ବରିଷ୍ଠ ନାଗରିକ ମଂଚ ତରଫରୁ ବୃକ୍ଷ ରୋପଣ

Sat Sep 2 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଶୁକ୍ରବାର ଷଣ୍ଢପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ଓ ପ୍ରଫେସର ଭରତ ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଧର ପାତ୍ର, ବରିଷ୍ଠନାଗରିକ ମଂଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଶିକ୍ଷାବିତ ଲଷ୍ମୀଧର ପାତ୍ର,କାର୍ଯକାରୀ ସଭାପତି କଣ୍ଡୁରୀ […]

KANIKA