ସକାଳେ ମେଘୁଆ ମଧ୍ୟହ୍ନରେ ତାପ ପ୍ରଚଣ୍ଡ


କେନ୍ଦ୍ରାପଡା-ଗତଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ରବିବାର ସକାଳୁ ସକାଳୁ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ ଆଜିି ଦିନ ୧୧ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମ ରହିଥିବା ବେଳେ ମଧ୍ୟହ୍ନ ପରେ ପ୍ରଚଣ୍ଡ ତାପ ଅନୁଭୁତ ହେଉଛି । ଏହା ଆହୁରି ୫ ଦିନ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩ ଦିନ ଭିତରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଗତକାଲି ୩୮.୭ ଡିଗ୍ରୀ ରହି ଉତ୍ତପ୍ତ ସହର ପାଟଲିଛି । ଏପଟେ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ରାତିରେ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଉପକୂଳ ଓଡ଼ିଶାର ଆଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳିଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଥିବାରୁ ଝାଞ୍ଜିପବନ ଓ ଗୁଳୁଗୁଳି ଅଧିକ ହେଉଛି ।


Next Post

କଳା ଧନ କୁଆଡେ ଗଲା ପ୍ରଶ୍ନ ଉଠାଇଲେ ଜଷ୍ଟିସ୍ ନାଗରତ୍ନା

Sun Mar 31 , 2024
ନୂଆଦିଲ୍ଲୀ,୩୧ ।୩: ହାଇଦ୍ରାବାଦରେ ଶନିବାର ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଅଦାଲତ ଓ ସମ୍ବିଧାନ ସମ୍ମିଳନୀ,୨୦୨୪’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ବିଚାରପତି ବି.ଭି ନାଗରତ୍ନା ବିମୁଦ୍ରୀକରଣ ପଦକ୍ଷେପକୁ ସମାଲୋଚନା କରି ରାଜ୍ୟପାଳଙ୍କୁ ସେମାନଙ୍କ କର୍ତବ୍ୟ କରିବାକୁ କହିବା ସହିତ ରାଜ୍ୟ ସରକାର ପୈଠ କରାଯାଉନଥିବା ବିଲ କୁ ନେଇ କୋଟକୁ ଯାଉଥିବା କେସେ ଉପରେ ପ୍ରଶ୍ନ କରିଛନ୍ତି । ନାଲ୍‌ସାର ଆଇନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍ସବରେ […]

KANIKA