
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଶୁକ୍ରବାର ଷଣ୍ଢପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ଓ ପ୍ରଫେସର ଭରତ ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଧର ପାତ୍ର, ବରିଷ୍ଠନାଗରିକ ମଂଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଶିକ୍ଷାବିତ ଲଷ୍ମୀଧର ପାତ୍ର,କାର୍ଯକାରୀ ସଭାପତି କଣ୍ଡୁରୀ ସ୍ୱାଇଁ,କୋଷାଧକ୍ଷ ଚତୃର୍ଭୁଜ ରାଉଳ, ବିଜୟ ସାହୁ, ଗାଳ୍ପିକ ପ୍ରଦୀପ ନାୟକ,ଶିକ୍ଷାବିତ ପ୍ରମୋଦ ନାୟକ, ନାରାୟଣ ରାଉଳ,ଇଂ ତପନ ପାତ୍ର, ଡ଼ ଅଭିଳାଷ ରାଉଳ,ପ୍ରଫୁଲ୍ଲ ପ୍ରଧାନ, ଜୟନ୍ତ ପଣ୍ଡା,ପୁଷ୍ପାଞ୍ଜଳୀ ପାତ୍ର,ସଞ୍ଜୟ ସାହୁ, ରବୀନ୍ଦ୍ର ପାତ୍ର,ଭୀମସେନ ସ୍ୱାଇଁ,ପ୍ରମୋଦ ସାହୁ, ସୁବାଷ ପାତ୍ର, ପ୍ରମୋଦ ଜେନା,ବଂଶୀଧର ନାୟକ ଓ ଗୋପୀନାଥ ଭୋଇ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ୨ ଶହରୁ ଅଧିକ ତାଳ ଚାରା ରୋପଣ କରିଥିଲେ । ଚଳିତ ବର୍ଷ ଓଡ଼ିଶା ସବୁଠାରୁ ଉତପ୍ତ ସ୍ଥାନ ହୋଇଥିବାରୁ ଏଥିରୁ ରକ୍ଷା ପାଇବାପାଇଁ ବୃକ୍ଷ ରୋପଣ ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ ବୋଲି ସମାଜକୁ ଏକ ବର୍ତା ପ୍ରେରଣ କରିଥିଲେ ।











