ଭିନ୍ନକ୍ଷମ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କଲା ଟ୍ରଷ୍ଟ


କେନ୍ଦ୍ରାପଡ଼ା,୨ା୯ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ(ରାମଚନ୍ଦ୍ରପୁର) ଗ୍ରାମର ଅଶୋକ କୁମାର ଖଟୁଆଙ୍କ ଭିନ୍ନକ୍ଷମ ଝିଅ ମିତାଲୀ ଖଟୁଆଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ପୃଷ୍ଟପୋଷକ ଆମେରିକାରେ ଥାଇ ମଧ୍ୟ ଏକ ଓଡିଆ ଖବର କାଗଜରୁ ଏସମ୍ପର୍କରେ ଅବଗତ ହେବା ପରେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତିଙ୍କୁ ସଂପୃକ୍ତ ଛାତ୍ରୀଙ୍କୁ ତୁରନ୍ତ ମେଧାବୃତ୍ତି ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ସେହି ଅନୁଯାୟୀ ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ଓ ଚଢେଇଗୁଆଁ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରତ୍ନାକର ରାଉତରାୟ, ଏବଂ ଅନ୍ୟ ଜଣେ ପୂର୍ବତନ ଶିକ୍ଷକ ଭ୍ରମରବର ଖଟୁଆ ପ୍ରମୁଖ ତାଙ୍କ ଘରେ ପହଞ୍ଚି ମିତାଲୀକୁ ମେଧାବୃତ୍ତି ପ୍ରଦାନ କରିବା ସହ ତା’ର ଉତ୍ତରତ୍ତୋର ଉନ୍ନତିକାମନା କରିବା ସହ ଭବିଷ୍ୟତରେ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ ।


Next Post

ଶ୍ରୀ ଶ୍ରୀ ବିନୋଦବିହାରୀ ଓ ଗୋପିନାଥଜୀୟୁଙ୍କ ଝୁଲଣ ଯାତ୍ରା ସମ୍ପନ୍ନ

Sun Sep 3 , 2023
କେନ୍ଦ୍ରାପଡା ସହର ଉପକଣ୍ଠ ଗଣାମାହାଲ ସ୍ଥିତ ଶ୍ରୀ ଶ୍ରୀ ବିନୋଦବିହାରୀ ଓ ଗୋପିନାଥଜୀୟୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଗୁରୁବାର ଦିନ ଶେଷ ହୋଇଛି । ପବିତ୍ର ଶ୍ରାବଣ ଶୁକ୍ଳ ଏଦଶମୀ ଠାରୁ ଆରମ୍ଭ ହୋଇ ୫ଦିନ ଧରି ଅନୁଷ୍ଠିତ ଏହି ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣମୀରେ ଉଦ୍‌ଯାପିତ ହୋଇଛି । ସନ୍ଧ୍ୟା ଆଳତୀ ପରେ ଶ୍ରୀ ରାଧାଗୋବିନ୍ଦଙ୍କୁ ଝୁଲଣ ମଣ୍ଡପକୁ ବିଜେ କରାଯାଇ ଝୁଲଣ କରାଯାଇଥିଲା । ଝୁଲଣ ମଣ୍ଡପରେ […]

KANIKA