
କେନ୍ଦ୍ରାପଡ଼ା, ୩ା୯: କେନ୍ଦ୍ରାପଡା ଜିଲ୍ଲା “ଖଣ୍ଡାୟତ କ୍ଷେତ୍ରିୟ ମହାସଭା”ର ଏକ ପ୍ରସ୍ତୁତି ବୈଠକ ଆଜି ଗୋଲଖ ଚନ୍ଦ୍ର ପଢିହାରୀଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସହରର ନୂଆ ବସ୍୍ଷ୍ଟାଣ୍ଡ୍ସ୍ଥିତ ହୋଟେଲ ରିଭର୍ ଭିୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଣ୍ଡାୟତ ଜାତିର ସାଙ୍ଗଠନିକ ଜିଲ୍ଲାରେ ଅଭିବୃଦ୍ଧି ଓ ଖଣ୍ଡାୟତ ସଙ୍ଗଠନକୁ କିପରି ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତତ୍ ସହିତ ଆଗାମୀ ୧୦ତାରିଖରେ ଜିଲ୍ଲା ସ୍ତରୀୟ ସମ୍ମିଳନୀକୁ କିପରି ଭାବରେ ସଫଳ କରାଯିବ ସେଥିପାଇଁ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସମ୍ମିଳନୀର ସଫଳ ରୂପାୟନ ପାଇଁ ସର୍ବସମ୍ମତି କ୍ରମେ ଶରତ କୁମାର ବେହୁରାଙ୍କୁ ଜିଲ୍ଲା ଆବାହକ ରୂପେ ମନୋନୀତ କରାଯାଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ କେନ୍ଦ୍ରାପଡା ସହରରୁ ଆସିଥିବା ଧନେଶ୍ୱର ରାଉତ, ଶାନ୍ତି ସ୍ୱରୂପ ଭୂୟାଁ, ଶରତ କୁମାର ବେହୁରା, ସରୋଜ କୁମାର ପରିଡା, ଚନ୍ଦନ ପରିଡା, ତରୁଣ ରଞ୍ଜନ ପ୍ରଧାନ, ବିଶ୍ୱଜିତ ରାୟ, ଅକ୍ଷୟ ଲେଙ୍କା, ସୁଶୀଲ କୁମାର ସାମଲ, ଦିଲ୍ଲୀପ କୁମାର ରାଉତ, ବିଭାସ ଚନ୍ଦ୍ର ଭୂୟାଁ, ଭାବଗ୍ରାହୀ ମଲ୍ଲିକ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ବୈଠକରେ ରାଜ୍ୟ ସଭାପତି ଅଶୋକ ଚନ୍ଦ୍ର ଲେଙ୍କା ଓ ସମ୍ପାଦକ ଗଣେଶ କୁମାର ନାୟକ, ଶକ୍ତିଧର ପଟ୍ଟନାୟକ ଏବଂ ସୁଦର୍ଶନ ସାମଲ ପ୍ରମୁଖ ରାଜ୍ୟ ସ୍ତରୀୟ ନେତାମାନେ ଉପସ୍ଥିତ ରହି କେନ୍ଦ୍ରାପଡା ଜିଲା୍ଲରେ ଖଣ୍ଡାୟତ ଓ କ୍ଷେତ୍ରିୟ ଜାତିର ଲୋକଙ୍କ ମୌଳିକ ସମସ୍ୟା କିପରି ଭାବେ ସମାଧାନ ହୋଇପାରିବ ସେଥିପାଇଁ ସମସ୍ତେ ସଂଗ୍ରାମ ଜାରି ରଖିବା ପାଇଁ ଶପଥ ନେଇଥିଲେ । ଶେଷରେ ମାନସ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।











