ସଂସ୍କୃତ ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୁଏ,


ଆମ୍ବେର ହାଇସ୍କୁଲରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆମ୍ବେରସ୍ଥ କାହ୍ନୁଚରଣ ରାଜଭଟ୍ଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଞ୍ଜନ ବେହେରାଙ୍କ ପୌରହିତରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ସଂସ୍କୃତ ଶିକ୍ଷକ ସଂଘ ସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଯୋଗ ଦେଇ ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ ପାଣିନୀଙ୍କ ୨୫ଶହ ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଆସୁଅଛି। ୧୯୬୯ ମସିହା ଅଗଷ୍ଟ ୧୯ ତାରିଖକୁ ବିଶ୍ୱ ସଂସ୍କୃତ ଦିବସ ରୂପେ ଭାରତ ସରକାର ଘୋଷଣା କରିଥିଲେ। ସେହିପରି ୨୦୨୧ ଶ୍ରାବଣ ମାସରେ ୮୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ସଂସ୍କୃତ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ,ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି ପାରିଥାଏ । ସଂସ୍କୃତ ଭାଷାରେ ଫିଲୋସୋଫି ଏବଂ ମାନବତାର ବିକାଶ କରୁଥିବା ବହୁ ଗ୍ରନ୍ଥ ରହିଛି। ସଂସ୍କୃତ ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୋଇପାରିବ। ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱବହନକରେ । ସଂସ୍କୃତ ଭାଷାର ବିଶାଳତାକୁ ହୃଦୟଙ୍ଗମ କରି ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଶିକ୍ଷାଦାନ କରାଯାଉଛି । ଭାରତର ଐତିହ୍ୟ ଏବଂ ଗୌରବମୟ ସଂସ୍କୃତିର ବିକାଶ କ୍ଷେତ୍ରରେ ମିଳିତ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ମନ କି ବାତ କର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସଚେତନ କରିଥିଲେ ବୋଲି ପଣ୍ଡିତ ମିଶ୍ର କହିଥିଲେ।ସଂସ୍କୃତ ଭାଷାର ମହତ୍ୱ୍ୱ, ଅଧ୍ୟୟନ ଓ ବ୍ୟବହାର ପ୍ରତି ସଚେତନ ହେବାକୁ ସେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ବରିଷ୍ଠ ଶିକ୍ଷକ ମିହିର ରଞ୍ଜନ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ଦାସ, ମଧୁସ୍ମିତା ପାତ୍ର, ସଂଘମିତ୍ରା ମହାନ୍ତି, ସବିତା ଜେନା, ପ୍ରମିଳା ବେହେରା, ନିରୁପମା ଗୁରୁ, ଶିକ୍ଷକ ସୁରେନ୍ଦ୍ର ପ୍ରଧାନ, ପ୍ରମୋଦ ଜେନା, ସୌମ୍ୟ ରଞ୍ଜନ ସାମଲ ଓ ଅଭୟ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଭାଗ୍ୟଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।