କେନ୍ଦ୍ରାପଡ଼ା – ଅଲ ଓଡିଶା ପିଯନ ଆସୋସିଏସନ ଓ କେନ୍ଦ୍ରାପଡ଼ା ପିଯନ କ୍ଳବର ମିଳିତ ଉଦ୍ଧ୍ୟମରେ ଆଜି ଗୌରୀଶଙ୍କର ହୋଟେଲ ପରିସରରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ପାରା ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉଡାଣରେ ସାଲେପୁର, ନୃସିଂହ, ପିରବଜାର , ଲିଙ୍ଗରାଜ, ପୁରୀ, ଖୋର୍ଦ୍ଧା, କଟକଆଦି ପିଯନ କ୍ଳବର ସଦସ୍ୟମାନେ ସେମାନଙ୍କ ପାରା ଉଡାଇଥିଲେ । ଏହି ପାରା ଉଡାଣ କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଉଡ଼ାଯାଇଥିଲା । ଏହି ଉଡାଣ ପାରାମାନଙ୍କ ଭିତରେ କମ ଦୂରତା ଓ ଉଚ୍ଚ ଦୂରତା ମଧ୍ୟରେ ହୋଇଥିଲା । ନିମ୍ନ ଉଡାଣରେ କେନ୍ଦ୍ରାପଡ଼ାର ସୁବାଶିଷ ଦାସ ପ୍ରଥମ, ପ୍ରଭାଶିଷ ପଣ୍ଡା ଦ୍ୱତୀୟ, ଉମାକାନ୍ତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଉଚ୍ଚ ଉଡାଣରେ ମହାରଣା ବ୍ରଦର୍ସ ପ୍ରଥମ, ଗୋବିନ୍ଦ ବାରିକ ଦ୍ୱତୀୟ, ବାପି /ରତିଙ୍କ ପାରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କେନ୍ଦ୍ରାପଡ଼ା ପିଯନ କ୍ଲବ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଲୋ ଉଡାଣରେ ପ୍ରଭାଶିଷ ପଣ୍ଡା ପ୍ରଥମ, ସୌମ୍ୟକାନ୍ତ ପଣ୍ଡା ଦ୍ୱତୀୟ, ମାନସ ରାଉତଙ୍କ ପାରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ଉଡାଣରେ ସୌମ୍ୟରଞ୍ଜନ ପଣ୍ଡା ପ୍ରଥମ, ସୁବାସ ସ୍ୱାଇଁ ଦ୍ୱତୀୟ, ଆନନ୍ଦ ସେଠିଙ୍କ ପାରା ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ବିଧାୟକ ଶଶୀଭୁଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପାରା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ଅତୀତରେ ପାରାର ଭୂମିକା ଉପରେ ଆଲୋଚନା କରିଥିଲ, ସମ୍ମାନିତ ଅତିଥି ପଶ୍ଚିମବଙ୍ଗରୁ ଆସିଥିବା ବିପ୍ଳବ ମଣ୍ଡଳ, ହର ପଭେଜ, ଲତି ଫୁଦିନ, ୱାକର ଆଜ଼ମ ଆଦି ଯୋଗଦେଇଥିଲେ । ଏହି ପୁରସ୍କାର ବିତରଣୀ ସଭାରେ ସାରା ଓଡିଶାରୁ ବହୁ ପାରା ଉଡାଳି ପ୍ରତିଯୋଗୀ ଉପସ୍ଥିତ ଥିଲେ ।
kanikanews.in
Next Post
ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ , ମାଟିର ଗୌରବାଜ୍ୱଳ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଦିଗରେ ପ୍ରୟାସ
Mon Sep 4 , 2023
କେନ୍ଦ୍ରାପଡ଼ା,୩ା୯ : କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରାଚୀନ ସାଂସ୍କୃତିକ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସଂଗୀତ ସଦନର ସଭାପତି ଅମ୍ବିକା ପ୍ରସାଦ ଦାସ ଏଥିରେ ପୌାରହିତ୍ୟ କରି ରାଜ୍ୟରେ […]

You May Like
- 2 years ago
ପଟ୍ଟାମୁଣ୍ଡାଇ କଲେଜ ନୂଆ -ଓ ନାଟ୍ୟ ଉତ୍ସବ
- 1 year ago
ରାଜ୍ୟରେ ମଡେଲ କୋର୍ଡ ଅଫ କଣ୍ଡକ୍ଟ ଲାଗୁ
- 9 months ago
ମୌସୁମୀ ସାହିତ୍ୟ ପରିଷଦର ସ୍ୱନକ୍ଷତ୍ର ଦିବସ ପାଳିତ