ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ , ମାଟିର ଗୌରବାଜ୍ୱଳ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଦିଗରେ ପ୍ରୟାସ


କେନ୍ଦ୍ରାପଡ଼ା,୩ା୯ : କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରାଚୀନ ସାଂସ୍କୃତିକ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସଂଗୀତ ସଦନର ସଭାପତି ଅମ୍ବିକା ପ୍ରସାଦ ଦାସ ଏଥିରେ ପୌାରହିତ୍ୟ କରି ରାଜ୍ୟରେ କଳା ଓ ସଂସ୍କୃତିର ମାଟି ଭାବେ ପରିଚିତ କେନ୍ଦ୍ରାପଡ଼ାର ଉତ୍ତରପୀଢିଙ୍କୁ ଏଥିରେ ଉଦ୍‌ବୁଦ୍ଧ କରି ମାଟିର ଗୌରବାଜ୍ୱଳ ସାଂସ୍କୃତିକ ଐତିହ୍ୟ କୁ ସୁରକ୍ଷିତ କରିବା ଲକ୍ଷ୍ୟରେ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରୟାସ କରୁଥିବା କହିଥିଲେ । ଏହି ସମାରୋହରେ ସଦନର ଛାତ୍ରୀମାନେ ଚିତ୍ତାକର୍ଷକ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସଭାପତି ଶ୍ରୀଦାସଙ୍କ କଣ୍ଠର ସୁଲଳିତ ଶାସ୍ତ୍ରୀୟ ସଂଗୀତ ଓ ଭଜନର ତାଳେ ତାଳେ ନୃତ୍ୟଗୁରୁ ଭାନୁପ୍ରିୟା ଖଟୁଆଙ୍କ ସମେତ ସଂଗୀତ ସଦନର ଛାତ୍ରୀ ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥି,ସୌମ୍ୟା ସଲୋନୀ ବେହେରା,ସୁସ୍ମିତା ସାହୁ,ଦିବ୍ୟ ଦେବସ୍ମିତା ସାହୁ,ଏସ ସୌମ୍ୟା ସୁଚିତ୍ରା,ପ୍ରୟାସା ପ୍ରିୟଦର୍ଶିନୀ,ସ୍ନେହା ବେଜ,ଶୁଭଲକ୍ଷ୍ମୀ ମହାପାତ୍ର ,ଅନୁସୂୟା ବାରିକ,ଦିବ୍ୟାଂସା ପ୍ରିୟଲକ୍ଷ୍ମୀ ,ସୋଭାଂଶୁ ପ୍ରିୟଲକ୍ଷ୍ମୀ,ପ୍ରୟଙ୍କା ପ୍ରିୟଦର୍ଶିନୀ,ଭାଗ୍ୟଶ୍ରୀ ଷଢଙ୍ଗୀ,ସ୍ୱାତୀ ସିମରନ,ଦିବ୍ୟାଶା ସିଂହ,ମେଘା କର୍ମକାର,ଜ୍ୟୋସ୍ôନାମୟୀ ସାହୁ,ସ୍ୱାଗତିକା ବେହେରା,ତିନିଷା ତନ୍ମୟୀ,ରଶ୍ମୀରେଖା ବେଜ, ଅଭିଲିପ୍ସା ମଲିକ ଓ ବିଜୟା ଲକ୍ଷ୍ମୀ ନାୟକଙ୍କର ସମବେତ ନୃତ୍ୟ ସମବେତ ନରନାରୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ମ୍ୟୁଜିକ୍ ରେ ଜଗନ୍ନାଥ ଦାସ ମହାନ୍ତି, ରାକେଶ କୁମାର ଜେନା, ପ୍ରମୋଦ କୁମାର ପାତ୍ର ଓ ନିହାର ରଂଜନ ସ୍ୱାଇଁ ସହଯୋଗ କରିଥିଲେ । ଗତ ଜୁଲାଇ ୩୧ତାରିଖରେ ରାଜଭବନର ଅଭିଷେକ କକ୍ଷରେ ସଙ୍ଗୀତ ସଦନର ଛାତ୍ରୀମାନେ ପରିବେଷଣ କରିଥିବା ନୃତ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦେଇଥିବା ପୁରସ୍କାରକୁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ନୃତ୍ୟ ଛାତ୍ରୀ ଓ ମ୍ୟୁଜିକ୍ ଆର୍ଟିଷ୍ଟମାନଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗୀତ ସଦନର ବିକାଶ ପାଇଁ ସହଯୋଗର ହାତ ବଢାଇଥିବା ରାଜଧାନୀ ଇଞ୍ଜିନୟରିଂ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ର ମୁଖ୍ୟ ଶିକ୍ଷାବିତ୍ ଶରଦ ଚନ୍ଦ୍ର ପଣ୍ଡା ଏବଂ ଅନ୍ୟତମ ଶିକ୍ଷାବିତ ଦମ୍ପତି ଅଶୋକ ମହାନ୍ତି ଓ ଇତିଶ୍ରୀ ଦାସ ଙ୍କୁ ସଦନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସଦନ ପକ୍ଷରୁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଉମାକାନ୍ତ ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସର୍ବଶ୍ରୀ ଗଣେଶ ଚନ୍ଦ୍ର ସାମଲ, ଚନ୍ଦ୍ରଭାନୁ ମେକାପ,ହେମନ୍ତ କୁମାର ଜେନା, ଉମାକାନ୍ତ ସିଂହ, ବିଶ୍ୱପ୍ରକାଶ ନାୟକ,ଗୌତମ ସାହୁ, ଯଜାତି କେଶରୀ ମହାନ୍ତି,ପବିତ୍ର ମୋହନ ସାହୁ,ଅନାମ ଚରଣ ମହଲା,ଅଭିମନ୍ୟୁ ନାୟକ ପ୍ରମୁଖ ସଙ୍ଗୀତ ସଦନର କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମାରୋହରେ ଜିଲ୍ଲା ପରିଷଦ ସଭାନେତ୍ରୀ ଗୀତାଂଜଳୀ ସେଠୀ,ପୂର୍ବତନ ପୌରଧ୍ୟକ୍ଷା ରୋସ୍ନା ସାହୁ, ଧିରେନ କୁମାର ସାହୁ,ବିଶିଷ୍ଠ ସମାଜ ସେବୀ ରଞ୍ଜିତ କୁମାର ସାହୁ, ନିରଞ୍ଜନ ମେକାପ,ଦିଲ୍ଲୀପ କୁମାର ଦାସ,ଗୋପାଳ ଚନ୍ଦ୍ର ମହାଳିକ,ପ୍ରଶାନ୍ତ କୁମାର ସିଂହଙ୍କ ସମେତ ବହୁ ପୌର କାଉନସିଲର,ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading