ଖଣତା ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଣତା ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ,ଖଣତା ସରପଂଚ ଅନିଲ ଲେଙ୍କା ସମିତିସଭ୍ୟ ସୁରେଶ ଜେନା ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆବାସ, ରାସନକାର୍ଡ,ଓ ଭତାକୁ ମିଶାଇ ସମୁଦାୟ ୫୦ ଆପତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଥିଲା । ଏଥିରେ ୫ଜଣଭତା ପାଇଁ ଆବେଦନ କରିଥିବାବେଳେ ୨ କେସିସି ଡ଼ାଇରୀ ପାଇଁ ଆବେଦନ କରିଥିଲେ । ଏଥି ସହିତ ୪ ଏସଏସଜିଙ୍କ ବ୍ୟାଙ୍କ ସଂଯୋଗୀକରଣ,୫୦ଜଣ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଏହି ସରକାରୀ କାର୍ଯ୍ୟକ୍ରମରେ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ଜୀବିକା ମିଶନ ସଂଯୋଜିକା ସୁଶ୍ରୀ ସଂଗୀତା ଭୂୟାଁ ,,ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି, ବ୍ଲକ ସମାଜକଲ୍ୟାଣ ଅଧିକାରିଣୀ ସସ୍ମିତା ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ତପନ କୁମାର ପ୍ରଧାନ, ଜି ଆର ଏସ କୈଳାଶ ବାରିକ, ମେଡିକାଲ ଅଫିସର ଡା ବିପ୍ଳବ ସ୍ୱାଇଁ, ବ୍ଲକ ଉଦ୍ୟାନ ଅଧିକାରୀ ଓ ବ୍ଲକ ପଶୁସମ୍ପଦ ଅଧିକାରୀ ପ୍ରମୁଖ ବହୁ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମରେ ଆଗତ ସମସ୍ତ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।