ଜଗତଗୁରୁ ଠାକୁର ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା



ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଅନ୍ୟତମ ଲୀଳାକ୍ଷେତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଜଗତଗୁରୁ ଠାକୁର ଅଭିରାମ ପରମହଂସଙ୍କ ଦୀକ୍ଷିତ ମହିୟସୀ ମହିଳା ସରୋଜିନୀ ସାମଲ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଆଧ୍ୟାତ୍ମିକ ସମାବେଶ ହରିବଂଶ, ପାରାୟଣ,ପ୍ରବଚନ ଓ ଭଜନ ଜଣାଣ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପ୍ରବଚଜ ପ୍ରମୋଦ ପୃଷ୍ଟି, ବିଶିଷ୍ଟ ସନ୍ଥ ଅରକ୍ଷିତ ଦାସ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଓ ବିଶିଷ୍ଟ ସଂଗୀତଜ୍ଞ ସୌରଭ ନାୟକ ଯୋଗ ଦେଇ ପ୍ରବଚନ, ଭଜନ ଓ ଜଣାଣ ପରିବେଷଣ କରିଥିଲେ । ଏଇ ଅବସରରେ ଠାକୁରଙ୍କ ଗୋଷ୍ଠୀ ଓ ଷୋଡଶ ଉପଚାର ପୂଜା ଏବଂ ପ୍ରବଚନ ପରେ ଠାକୁରଙ୍କ ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସନ୍ଥ ବାବାଜୀ ଭୀମସେନ ଦାସ,ଜଗବନ୍ଧୁ ଦାସ,ସତ୍ୟପ୍ରଜ୍ଞାନାନନ୍ଦ,ଅଦୈତ ଦାସ, ଶ୍ରୀନିବାସ ଦାସ ଓ ଶଙ୍କର ବାବା ପ୍ରମୁଖ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ଚିତରଞ୍ଜନ ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରାକ୍ତନ ସାଂସଦ ଡ଼ ପ୍ରସନ୍ନ ପାଟଶାଣୀ,ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ କୁମାର ଜେନା,ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଯୁବନେତା ଅଜୟ ବେହେରା, କଥାକାର ପ୍ରଦୀପ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସ୍ମୃତି ସଂସଦ ସମ୍ପାଦକ ସଂଗ୍ରାମ କେଶରୀ ସାମଲ ପ୍ରତ୍ୟେକବର୍ଷ ଗରିବ ଲୋକଙ୍କୁ ସହାୟତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଧାଂଶୁ ସାମଲ,ଶର୍ମିଷ୍ଠା ନାୟକ,ରୂପଶ୍ରୀ ମହାନ୍ତି, ସୁନୀଲ ପ୍ରଧାନ, ସଂଜୀବ ପ୍ରଧାନ ଓ ପପୁ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading