
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ଡାଃ ମନୋରଞ୍ଜନ ଦାଶଙ୍କ ୮ମ କବିତା ସଙ୍କଳନ “ବନ୍ଦେ ମାତରମ୍” ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ପୋଖରୀଆପଡାସ୍ଥ ଟାଉନ କ୍ଲବ ଠାରେ ଉନ୍ମୋଚନ ସମାରୋହରେ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉନ୍ମୋଚନ ଉତ୍ସବରେ କଥାକାର ତଥା କବି ଡଃ ନୀଳମଣି ଲେଙ୍କା ମୁଖ୍ୟଅତିଥି, ସଂଗୀତଜ୍ଞ ରବୀନ୍ଦ୍ର ନାଥ ମିଶ୍ର, ପଲକ ପତ୍ରିକା ସଂପାଦକ ଶଶୀକାନ୍ତ ଦାସ, ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡ଼ା ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସୁଶ୍ରୀ ଦୀପଶିଖା ମିଶ୍ର ଜୀବନଦର୍ଶନର ଏକ ସଂଗୀତଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବୟିତ୍ରୀ ଆରାଧନା ଦାଶ, ଶିକ୍ଷାବିତ୍ ଶମ୍ଭୁନାଥ ପଣ୍ଡା, ଗାଳ୍ପିକ ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ଶିକ୍ଷାବିତ ପ୍ରମୋଦ ନାୟକ, ବ୍ରଜବନ୍ଧୁ ଦାଶ,କବି ରାମକୃଷ୍ଣ ଦାଶ, ରଞ୍ଜନ ବାଇ,ଅଜୟ ପାତ୍ର, ନରହରି ଦାସ,୍ୱ୍ରଜସୁନ୍ଦର ସାହୁ, ଚିତ୍ରଗୁରୁ ରମେଶ ଚନ୍ଦ୍ର ଦେ, ଶିକ୍ଷାବିତ ସୁଶାନ୍ତ କୁମାର କର, ଓ ଆଇ.ଟି ନିର୍ଦ୍ଦେଶକ ଜ୍ୟୋତିରଂଜନ ଦାଶ ଓ ହର ଗୋବିନ୍ଦ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

