ବେଆଇନ ବାଲି ଚାଲାଣ ବେଳେ ତିନ ହାଇୱ୍ୱା ଜବତ



ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରମୁଖ ଘାଟ ଗୁଡିକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବା ବେଳେ ଚୋରା ବାଲି ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପଟ୍ଟାମୁଣ୍ଡାଇ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ସମିର ବେହେରା ଉକ୍ତ ଘଟଣାକୁ ଗୁରୁତର ସହିତ ନେଇଥିବା ବେଳେ ସୋମବାର ବେଆଇନ ବାଲି ଚାଲାଣ ହେଉଥିବା ତିନୋଟି ହାଇୱ୍ୱା ଗାଡିକୁ ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ଅଟକ ରଖି ଯାଂଚ ବେଳେ ବାଲି ପରିବହନ ବାବଦୀୟ କୌଣସି ସ୍ୱୀକୃତି ପତ୍ର ଦେଖାଇନପାରିବାରୁ ପରେ ଗାଡି ତିନୋଟିକୁ ଜବତ କରା ଯାଇଥିଲା । ତିନୋଟି ହାଇୱ୍ୱା ମାଲିକଙ୍କ ଉପରେ ୨୦ ହାଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ବେଳେ ଜଣେ ହାଇୱ୍ୱା ମାଲିକ ୨୦ ହଜାର ଜରିମାନା ଦେଇ ଥିବା ତହସିଲଦାର କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading