ତୁଳସୀ ମହିଳା ମହାବିଦ୍ୟାଳୟରେ ଦଳୀୟ ସଭା ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ



କେନ୍ଦ୍ରାପଡା,୧୨ା୮:ଆଜି  କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ସଭାପତି ଶିବ ପ୍ରସାଦ ଭଳ ଏକ ପ୍ରତିନିଧି ମଣ୍ଡଳି ତୁଳସୀ ମହିଳା ମହାବିଦ୍ୟାଳୟର ସଭାପତି ତଥା କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବ କିଶୋର ଜେନାକୁ ସାକ୍ଷାତ କରି ମହିଳା ବିଦ୍ୟାଳୟର ଏକ ସଭାକୁ ଦଳୀୟ ସଭାରେ ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖରେ ମହିଳା ମହାବିଦ୍ୟାଳୟରେ ଏକ ବାର୍ଷିକ ଉତ୍ସବ ସହିତ ରାଜ୍ୟ ସରକାରଙ୍କ ଭିତ୍ତିଭୂମି ଉନ୍ନୟନପାଣ୍ଠି ଦ୍ୱାରା ନିର୍ମିତ ଶ୍ରେଣୀ ଗୃହ ଉଦ୍‌ଘାଟନ ହୋଇଥିଲା । ଉକ୍ତ ଉଦ୍‌ଘାଟନ କିମ୍ବା ସଭାରେ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା, ପୈାରଧ୍ୟକ୍ଷା ସରିତା ସାହୁ ଓ ସ୍ଥାନୀୟ କାଉନସିଲରଙ୍କ ନାମ ଉଲ୍ଲେଖ କରାଯାଇ ନଥିଲା କିମ୍ବା ସେମାନଙ୍କୁ ଡାକାଯାଇ ନଥିଲା । ଯାହାକି ବିଜୁ ଜନତା ଦଳର ଜନ ପ୍ରତିନିଧିମାନଙ୍କୁ ଜାଣିଶୁଣ ବେଖାତିର କରିି ଉକ୍ତ ସଭାକୁ ଅଧ୍ୟକ୍ଷ ପରିଚାଳନା କରିଥିଲେ । ଅଧ୍ୟକ୍ଷ ମହିଳାବିଦ୍ୟାଳୟ କ’ଣ ଏମିତି କାର୍ଯ୍ୟ କରିଅଛନ୍ତି ଯାହାକି ସରକାରଙ୍କ ନିତୀନିୟମକୁ ଉଲଂଘନ୍ନ କରି ବିଜେପି ଦଳୀୟ କର୍ମକର୍ତ୍ତା ମାନଙ୍କୁ ସଭା ମଞ୍ଚରେ ଦାଉସାଧିବାକୁ ପଛାଉନଥିଲେ ବିଜୁ ଜନତା ଦଳର ସଭାପତି କହିଥିଲେ । ମହିଳା ବିଦ୍ୟାଳୟରେ ଖଣ୍ଡେ ଇଟା ପକାଉନଥିବା ବକ୍ତି ନାମଫଳକରେ ରହିବା ଏହା କେତେ ଦୁର ଠିକ୍ ବୋଲି ସଭାପତି ଶ୍ରୀ ଭଳ ପ୍ରଶ୍ନ କରିଥିଲେ । ତେଣୁ ଆଜି ଏହି ସମସ୍ତ ବିଷୟ ଜିଲ୍ଲାପାଳଙ୍କୁ ଜଣାଇବା ସହିତ କଲେଜରେ ଉନ୍ନତି ମୂଳକ କାଯ୍ୟକୁ ପୁଙ୍ଖାନୁଫୁଙ୍ଖ ସନ୍ଧାନ କରି ଦୃଢ କାର୍ଯାନୁଷ୍ଠାନ ଦେବେ ନଚେତ ଆଗାମୀ ଦିନରେ କଲେଜ ପରିସର ମଧ୍ୟରେ ବିଜୁ ଜନତା ଦଳର ସାଧାରଣ ସଭା ଅନୁଷ୍ଠିତ ହେବ ବିଜୁ ଜନତା ଦଳ କର୍ମିମାନେ ଚେତାଇ ଦେଇଛନ୍ତି । ଏହି ପ୍ରତିବାଦରେ ପୂର୍ବତନ କାଉଁସିଲର ହିରଣ୍ୟ ପଣ୍ଡା, ନଗର ସଭାପତି ଯଯାତି ମହାନ୍ତି, ମାଇନର ସେଲ ସଭାପତି ସେକ ଇନାୟତ, ଛାତ୍ର ସଭାପତି ପ୍ରକାଶ ସାହୁ, ମୋହନ ଆଚାର୍ଯ୍ୟ, ମାନସ ଦାସ, ସମ୍ବିତ ଶ୍ରୀ ଚନ୍ଦନ, ରଞ୍ଜନ କୁମାର ସାହୁ, ଅକ୍ଷୟ କୁମାର ମେକାପ, ନିରଞ୍ଜନ ବାରିକ, ସାହେବ ସାହିଲ ରାଉତ, ମୁକ୍ତାର ଖାନ, ସେକ ମୁସ୍ତାକିମ ପ୍ରମୁଖ ଉପସ୍ଥିତ ରହି ଦାବି ଜଣାଇଥିଲେ ।


Next Post

ବଗଡା ଗ୍ରାମପଞ୍ଚାୟତରେ ବରିଷ୍ଠ ନାଗରିକଙ୍କ ସମାବେଶ

Wed Aug 13 , 2025
କେନ୍ଦ୍ରାପଡ଼ା,୧୩ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାତର ବରିଷ୍ଠ ନାଗରିକମାନଙ୍କ ଏକ ସମାବେଶ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ। ବଗଡା ପଞ୍ଚାୟତର ସରପଞ୍ଚ ସୁବନୀ ସାହୁ ଏଭଳି ସଂଗଠନକୁ ସ୍ୱାଗତ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିରେ ସଂଯୋଜକ ଭାବେ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସଂଗଠନର ଉଦେଶ୍ୟ […]

KANIKA