ରାଜ୍ୟ ସୂଚନାକମିସନରଙ୍କ ଉଲ୍ଲେଖନୀୟ ରାୟ: ତଥ୍ୟ ନଦେବାରୁ ଏବିଇଓଙ୍କୁ ଅର୍ଥ ଦଣ୍ଡ


ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ସୂଚନା ଅଧିକାର ନିୟମ ଅନୁଯାଇ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ତଥ୍ୟ ପ୍ରଦାନ ନକରିବାରୁ ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ଏକ ଉଲ୍ଲେଖନୀୟ ରାୟରେ ୨୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନଥିବା କାରଣରୁ ପଟ୍ଟାମୁଣ୍ଡାଇ ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଆଇନ ଅନୁମୋଦିତ ଭାବେ ଦଣ୍ଡିତ କରିବା ପଟ୍ଟାମୁଣ୍ଡାଇ ଅଂଚଳର ଏକ ଚର୍ଚାର ବିଷୟ ପାଲଟିଛି।

ଜନସ୍ୱାର୍ଥ ଦୃଷ୍ଟିରୁ ଗତ ୨୦୨୧ ମାର୍ଚ୍ଚ ମାସ ୧ ତାରିଖରେ ତତତ୍କାଳ ଜନ ସୂଚନା ଅଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ ତଥ୍ୟ ଜ୍ୟୋତିପ୍ରକାଶ ମାଗିଥିଲେ । ମାତ୍ର ତଥ୍ୟ ନ ମିଳିବାରୁ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ କରିଥିଲେ ମଧ୍ୟ କୌଣସି ସୁଫଳ ନ ପାଇ ଅସନ୍ତୋଷ ପ୍ରକାଶ କରି ସେ ଦ୍ୱିତୀୟ ଅପିଲ ରାଜ୍ୟ ସୂଚନା କମିସନରଙ୍କୁ ଆବେଦନ କରିଥିଲେ । ୧୮ ଅଗଷ୍ଟ ୨୦୨୩ ରେ ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ରାୟରେ ୨୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି ।

 


Next Post

ଗଣେଶପୂଜା ସମନ୍ୱୟ ସମିତିର ପ୍ରସ୍ତୁତି ବୈଠକ

Thu Sep 7 , 2023
  କେନ୍ଦ୍ରାପଡ଼ା, ୬ା୯: କେନ୍ଦ୍ରାପଡା ସହରରେ ଆସନ୍ତା ଗଣେଶପୂଜା ଉପଲକ୍ଷେ ଗଣେଶପୂଜା ସମନ୍ୱୟ ସମିତିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଖଡିଅଙ୍ଗସ୍ଥିତ ମଣିମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର ସଭାପତି ଭାବଗ୍ରାହୀ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସହରର ୩୦ଟି ମେଢର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆସନ୍ତା ୧୯ତାରିଖରେ ଗଣେଶ ପୂଜା ସହରର ୩୦ଟି ମଣ୍ଡପରେ ଅନୁଷ୍ଠିତ […]