ଏସିଆ କପ୍‌ : ଆଜି ଭାରତ-ପାକିସ୍ତାନ ମହାଲଢ଼େଇ



ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର -୪ ରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିବା ବେଳେ ଆସନ୍ତା କାଲି ମ୍ୟାଚକୁ ଚାହିଁ ବସିଛି ସାରା ବିଶ୍ୱ । ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓଲ୍‌ହାଇ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏସିଆ କପ୍ ସୁପର-୪ରେ ଆସନ୍ତାକାଲି ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ରେ ବର୍ଷା ବାଧକ ସାଜିପାରେ । ଏହାକୁ ନଜରରେ ରଖି ମ୍ୟାଚ୍ ପାଇଁ ପରବର୍ତୀ ଦିନକୁ ସଂରକ୍ଷିତ ଦିବସ ରଖାଯାଇଛି । ଯଦି ରବିବାର ମ୍ୟାଚ୍ ହେବା ସମ୍ଭବ ନହୁଏ, ତାହେଲେ ସେମାବାର ସଂରକ୍ଷିତ ଦିବସରେ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି । ପ୍ରତିଯୋଗିତାରେ ଫାଇନାଲ୍ ମ୍ୟାଚ୍ ସହିତ କେବଳ ଏହି ଗୋଟିଏ ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଛି । ଯଦିଓ ରବିବାର ଅଧାରୁ ମ୍ୟାଚ୍ ବନ୍ଦ ରୁହେ, ତାହେଲେ ଅବଶିଷ୍ଟ ମ୍ୟାଚ୍‌କୁ ସୋମବାର ଖେଳାଯିବ । ତେଣୁ ଦର୍ଶକମାନେ ଏହି ରୋମାଞ୍ଚଭରା ମ୍ୟାଚ୍‌କୁ ଉପଭୋଗ କରିବାରୁ ଆଦୌ ବଞ୍ଚିତ ହେବେ ନାହିଁ ବୋଲି ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବିପକ୍ଷରୁ କୁହାଯାଇ


Discover more from

Subscribe now to keep reading and get access to the full archive.

Continue reading