କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଦାବି ଧାରଣା ୬ଷ୍ଠ ଦିନରେ,ପ୍ରତିରୋଧ ଆନ୍ଦୋଳନକୁ ଆଗକୁ ନେବା ପାଇଁ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ


କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଛଅ ଦିନ ପୁରିଛି । ମେଡିକାଲ କଲେଜ ଦାବି ପ୍ରତି ସରକାର ବୀତସ୍ପୃହତା ପ୍ରଦର୍ଶନ କରି ଚାଲିଥିବା ବେଳେ ଦାବି ହାସଲ ପାଇଁ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ କ୍ରିୟାନୁଷ୍ଠାନ କମିଟି ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଗତକାଲି କମିଟିର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି କ୍ରମେ ସମାଜର ସବୁ ବର୍ଗର ଲୋକଙ୍କୁ ଆନ୍ଦୋଳନ ସହିତ ଯୋଡିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଗଣଧାରଣା ସ୍ଥଳରେ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଗଠନର ସଭାପତି ଅଧ୍ୟାପକ ଅଜୟ ସାମଲ, ଚୌଧୁରୀ ସାରଦାକାନ୍ତ ଦାସ, ନରୋତ୍ତମ ଜେନା, କୁଳମଣି ନାୟକ, ଧରଣୀଧର ସୂଆର, ସୀତାକାନ୍ତ ନାୟକ, ଅମରେନ୍ଦ୍ର ଦାସ, ମହମ୍ମଦ ସାହିଲ କୈଜଲ, ଥମୁସା ଥାପ୍ପା, ସହାରା ବିବି, ଅଧିକାରୀ ରାଧାକାନ୍ତ ଦାଶ, ଶ୍ରୀଧର ମହାନ୍ତି, ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିର ଯଥାର୍ଥତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଜିଲ୍ଲାର ବିକାଶ ସମ୍ପର୍କିତ ପ୍ରସଙ୍ଗ ଗୁଡିକରେ ଲୋକ ପ୍ରତିନିଧି ମାନଙ୍କର ଅହେତୁକ ନିରବତାକୁ ନାପସନ୍ଦ କରିଥିଲେ । ଏଥିସହିତ ଜିଲ୍ଲାବାସୀଙ୍କ ସ୍ୱାର୍ଥରେ ଜିଲ୍ଲା ପ୍ରଶାସନ ତୁରନ୍ତ ଗଠନମୂଳକ ପଦକ୍ଷେପ ଗ୍ରହଣ କରୁ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଥିଲେ । ଆଜିର ଆନ୍ଦୋଳନକୁ କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ଆଦିକନ୍ଦ ରାଉଳ ଓ ଭାଗୀରଥି ଜେନା ପରିଚାଳନା କରିଥିଲେ ।


Next Post

ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ

Sun Sep 10 , 2023
ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ୫ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଓ ସ୍ୱାର୍ଥ ଶିକ୍ଷକତା ଯୋଗୁ ଏହାର ସୁଫଳ ମିଳିପାରୁନାହିଁ । କେଉଁଠି ଭିର୍ତି ଭୁମି ଅଛି ଶିକ୍ଷକ ନାହାଁନ୍ତି ଆଉ କେଉଁଠି ଶିକ୍ଷକ ଅଛନ୍ତି ପାଠପଢା ହେଉନି । ଏସବୁ ସତ୍ବେ […]

KANIKA