ଓରମାସ ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ ଉଦଘାଟିତ

ORMAS PAKSHYARU DIPABALI STALL UDGHATITA-min


କେନ୍ଦ୍ରାପଡ଼ା,୧୭ା୧୦:କେନ୍ଦ୍ରାପଡ଼ା ସହରର ଜ୍ଞାନପୀଠ ସମ୍ମୁଖରେ ଓରମାସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ପର୍ବ ଅବସରରେ ଦୀପାବଳି ଷ୍ଟଲ ଖୋଲାଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଏହି ଷ୍ଟଲର ଶୁଭଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିରୋଦ କୁମାର ଜେନା, ଓଡିଶା ଜୀବିକା ମିଶନର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ଏକଜିକ୍ୱ୍ୟଟିଭ ଆସିଷ୍ଟାଣ୍ଟ ପ୍ରିୟଙ୍କା ରାଉଳ, ଏଫପିଓ ସଂଯୋଜକ ରୋଜାଲିନ ପଲ୍ଲାଇ, ଏଫପିଓ ସିଇଓ ରବିନାରାୟଣ ଦାସ, ବିଜନେସ ମ୍ୟାନେଜର କେଦାରନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ମହାକାଳପଡ଼ା ବ୍ଲକ ତେରଗାଁର ବନଦୁର୍ଗା ଟେରାକୋଟା, ମାର୍ଶାଘାଇ ବ୍ଲକ ପରକୁଳର ମା’ ଜଗଧାତ୍ରୀ ଟେରାକୋଟା ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦୀପ ଏବଂ ଅନ୍ୟ ଦୀପାବଳି ସାମଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟପାଇଁ ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲ ଆସନ୍ତା ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ। ଜନସାଧାରଣ ବହୁ ମାତ୍ରାରେ ଆସି ଏହି ସ୍ୱତନ୍ତ୍ର ଷ୍ଟଲରୁ ଟେରାକୋଟା ପ୍ରସ୍ତୁତ ସାମଗ୍ରୀ କିଣି କାରିଗରମାନଙ୍କ ଆର୍ôଥକ ବିକାଶରେ ସହାୟକ ହେବାକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି।