ଗ୍ୟାଙ୍ଗଷ୍ଟାର ବିଭୂ ସାହୁ ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ


କେନ୍ଦ୍ରାପଡା,୧୧/୯- ଗ୍ୟାଙ୍ଗଷ୍ଟାର ବିଭୂ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାର୍ଶାଘାଇ ଥାନା ଧନିଆପଡା ଗ୍ରାମର ସାଜନ ବେହେରା(୩୧) ଏବଂ ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ କାନପୁର ଗ୍ରାମର ଚିତ୍ତରଂଜନ ଖୁଣ୍ଟିଆ(୪୪)କୁ ଗିରଫ କରାଯାଇଛି ବୋଲି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର ମଲିକ ମାର୍ଶାଘାଇ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ଚିତ୍ତରଂଜନକୁ ମାର୍ଶାଘାଇ ଅଂଚଳରୁ ରବିବାର ଦିନ ଧରିଥିବା ବେଳେ ସାଜନ ଆଜି ଦିନ ପ୍ରାୟ ସାଢେ ଆଠଟା ସମୟରେ (ଓଡି-୨୪-ଡି-୯୯୩୬)ନମ୍ବର ଧାରୀ ଏକ କାରରେ ପାରାଦ୍ୱିପ ଆଡକୁ ଯାଉଥିବା ବେଳେ ନିଳାଞ୍ଚଳ ବଜାର ନିକଟରେ ମାର୍ଶାଘାଇ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା ଏକ ସ୍ୱତନ୍ତ୍ର ପୋଲସ ଟିମ ସହାୟତାରେ କାବୁ କରିଥିଲେ । ଉଭୟଙ୍କୁ ଆଜି କୋର୍ଟ ଚାଲଣ କରାଯାଇଥିବା ସୂଚନା ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ୧୨ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିବା ବେଳେ ଆଜି ସାଜନ ଓ ଚିତ୍ତରଂଜନଙ୍କୁ ଗିରଫକରି କେନ୍ଦ୍ରାପଡା ନ୍ୟାୟାଳୟକୁ ଚାଲଣ କରାଯାଇଛି । ସୂଚନାଯୋଗ୍ୟ ମାର୍ଶାଘାଇ ଥାନା ଭଗବାନପୁର ଗ୍ରାମର ବିଭୂ ଓରଫ ପ୍ରତାପ ସାହୁ ଅପହରଣ ଘଟଣାରେ ବିଭୂକୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ଗତ ଜୁଲାଇ ମାସ ୧୭ ତାରିଖରେ କେନ୍ଦ୍ରାପଡା ଏସପି ମଦକର ସନ୍ଦିପ ସମ୍ପଦ ମଦକର ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ପ୍ରଜ୍ଞା ପରମିତା ଜେନା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading