ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ



କେନ୍ଦ୍ରାପଡା ୩୧ା୭ – କେନ୍ଦ୍ରାପଡା ଜିଲ୍ଲାରେ ଜୁଲାଇ ୧୬ରୁ ୨୧ତାରିଖ ଓ ଜୁଲାଇ ୨୯ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଅଞ୍ଚଳ, ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ମୁନିସିପାଲଟି ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଳଭା ନିକଟରେ ଜଳସ୍ତର ମାପ ନିମନ୍ତେ ବ୍ୟବସ୍ଥା ରହିଛି । ଏହି ଅଳଭା ବନ୍ୟାଜଳ ମାପାକାଠି ଅନୁସାରେ ପ୍ରଥମେ ଜୁଲାଇ ୧୭ଠାରୁ ଜୁଲାଇ୨୧ ପାଞ୍ଚଦିନ ଓ ଦ୍ୱିତୀୟରେ ଜୁଲାଇ ୨୯ରୁ ୩୧ ପର୍ଯ୍ୟନ୍ତ ଜଳସ୍ତର ବିପଦ ସଂଙ୍କେତଠାରୁ ୪.୮୮ମିଟର ଉପରେ ରହିଅଛି । ଆଜିର ରିର୍ପୋଟ ଅନୁସାରେ ବ୍ରାହ୍ମଣୀ ବନ୍ୟାଜଳ ଅଳଭା ଠାରେ ୫.୫୦ମିଟର ରହିଛି । ଏହି ବନ୍ୟା ଯୋଗୁ କେତେକ ପଞ୍ଚାୟତ ଓ ଗ୍ରାମ ସମ୍ପୁର୍ଣ୍ଣ ଜଳବନ୍ଦି ଥାଇ ବାହ୍ୟ ଜଗରୁ ବିଛିନ୍ନହୋଇଛି । ଏହି ଅଞ୍ଚଳର ଅଧିବାସୀମାନେ ବହୁ କଷ୍ଟରେ କାପାତିତ କରୁଛନ୍ତି । ଅତିତରେ ଅଳଭାଠାରେ ବନ୍ୟା ସଙ୍କେତ ବିପଦ ସଂଙ୍କେତ ଟପିଲେ ସରକାର ବନ୍ୟା ବିପନ୍ନମାନଙ୍କୁ ରିଲିଫ ଯୋଗଇଦେଇଛନ୍ତି । ବର୍ତ୍ତମାନ ବନ୍ୟା କଷ୍ଟ ଲରାକମାନଙ୍କର ଦୁର୍ଦଶା ହୃଦୟଗମ କରି ବ୍ରହ୍ମଣୀ ପ୍ରଭାବିତ ବନ୍ୟା ଲୋକମାନଙ୍କୁ ୭ଦିନ ପାଇଁ ରିଲିଫ ଯୋଗାଇଦେବାକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟମନ୍ତ୍ରୀଙ୍କୁ ପତ୍ରମାଧ୍ୟମରେ ଅନୁରୋଧ କରିଛନ୍ତି ।


Next Post

ବାମପନ୍ଥୀ ନେତାଙ୍କ ଘଟଣାସ୍ଥଳ ପରିଦର୍ଶନ

Fri Aug 8 , 2025
ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ଛାତ୍ରୀ ମୃତ୍ୟୁ ଘଟଣାର ସ୍ଥିତି ଅନୁସନ୍ଧାନ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବାମପନ୍ଥୀ ଦଳ ନେତାମାନେ I ଜିଲ୍ଲା ସି ପି ଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ନରୋତ୍ତମ ପାର୍ଥସାରଥୀ, ସୋମନାଥ ବିଶ୍ୱାଳ, ଜିଲ୍ଲା କୃଷକ ସଭା ସମ୍ପାଦକ ବିଜୟ ଦାସ ଦାଶରଥୀ ସାହୁ, ଗୁଣମଣି ବେହେରା ପ୍ରମୁଖ କାଠିଆପଡା ଗାଁକୁ ଯାଇ ମୃତା ଛାତ୍ରୀ ପରିବାର ଲୋକ ମାନଙ୍କୁ ଭେଟି […]

KANIKA