କେନ୍ଦ୍ରାପଡ଼ା,୧୪/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତ ଅଧୀନ ବଡଗାଁ ଅଞ୍ଚଳରେ ରାସ୍ତାରେ ପାଣି ହୋଇଯିବାରୁ ପଞ୍ଚାୟତର ୨ ଶହ ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଘରୁ ବାହାରିଲେ ଆଣ୍ଠୁଏ ଲେଖାଏଁ ପଙ୍କ କାଦୁଅ । ବାଇକ୍ରେ ଗଲେ ଖାଲରେ ଗଳିପଡି ଖଣ୍ଡିଆଖାବରା ହେଉଛନ୍ତି । ରାତି ବିକାଳି ରୋଗୀଙ୍କୁ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବା କଷ୍ଟକର ହୋଇପଡୁଛି । ଏହିଭଳି ଏକ ଦୃଶ୍ୟ ବଡଗାଁର ରାମଚଣ୍ଡୀ ମନ୍ଦିର ଠାରୁ ରାଧାମୋହନ ମଠ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତାଟି ବଡଗାଁ ମହାନ୍ତି ସାହି । ଏହି ଗ୍ରାମର ୨ ଶହ ଲୋକ ଦୟନୀୟ ରାସ୍ତା ପାଇଁ ବନ୍ଦୀ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି । ଟିକେ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହୋଇଯାଉଛି । ଏମିତିକି ଗତ ସପ୍ତାହରେ ଦୁଇ ଜଣ ବ୍ୟକ୍ତି ଏହି ରାସ୍ତାରେ ପଡି ଖଣ୍ଡିଆଖାବରା ହେବା ସହ ସେମାନଙ୍କ ଗାଡି ଆଉ ମୋବାଇଲ୍ ନଷ୍ଟ ହୋଇଛି । ଏହି ରାସ୍ତାକୁ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
kanikanews.in
Next Post
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଦଶମ ଦିନରେ ଧାରଣାକୁ ନେତୃତ୍ୱ ଦେଲା ମାର୍ଶାଘାଇ ବ୍ଲକ
Fri Sep 15 , 2023
କେନ୍ଦ୍ରାପଡ଼ା,୧୪ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଦଶ ଦିନ ପୁରିଛି । ବର୍ଷାର ପ୍ରକୋପ ଆନ୍ଦୋଳନର ତାତିକୁ ଥଣ୍ଡା କରିପାରି ନାହିଁ । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ମାର୍ଶାଘାଇ ବ୍ଲକର ବୁଦ୍ଧିଜୀବୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଧାରଣା ସ୍ଥଳରେ ପହଞ୍ଚି ଆଜିର ଗଣଧାରଣାର ନେତୃତ୍ୱ ନେଇଥିଲେ । ସେମାନଙ୍କ ଉପସ୍ଥିତି ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ସାହ ଭରି […]

You May Like
- 2 years ago
ଅନ୍ଧାରରେ ଆଲୋକିକରଣ :୯ ଲକ୍ଷ ପାଣିରେ ପଡିଲା
- 2 years ago
ପୁଣି ଫେରିଲା କରୋନା ଭୟ
- 12 months ago
ଋଣ ବୋଝ ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା