କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିଷ୍ଠାଦିବସ ଓ ଜେଜେବାପା/ଜେଜେମା ଦିବସ ପାଳନ


ଭାରତ ସରକାରଙ୍କ ଅଧିନସ୍ତ କେନ୍ଦ୍ରାପଡା ବାରିମୂଳ କେନ୍ଦ୍ରୀୟ ବିଦ୍ୟାଳୟରେ ୬୦ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏଥି ସହିତ ଜେଜେବାପା ଓ ଜେଜେମା ଦିବସ ମଧ୍ୟ ପାଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶୀ କୌଶଳ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗ୍ରୁପ ନୃତ୍ୟ, ସଙ୍ଗୀତ, ତର୍କ, ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଜେଜେବାପା ଓ ଜେଜେମାମାନଙ୍କୁ ଆମନ୍ତ୍ରଣ କରାଯାଇ ପୂଜନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା । ଜେଜେବାପା/ଜେଜେମାମାନେ ପିଲାମାନଙ୍କୁ ସେମାନଙ୍କର ନୀତୀ ଆଦର୍ଶ ଉପରେ ଶିକ୍ଷଣୀୟ ଉପଦେଶମାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ ଜେଜେବାପା/ଜେଜେମାମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସେକ ଇଦ୍ରିସ ଅଲ୍ଲୀ, ତନୁଶ୍ରୀ ରଏ ଓ ଅନିଲ କୁମାର ପରିଚାଳନା କରିଥିଲେ ।


Next Post

ଯାଜପୁରରୁ ବନ୍ଧାହେଲେ କଶ୍ମୀର ମୋଷ୍ଟୱାଣ୍ଟେଡ, ୫ ବର୍ଷ ଧରି ଲୁଚିରହିଥିଲେ

Sat Dec 16 , 2023
ଯାଜପୁର ଜିଲା ଧର୍ମଶାଳାର ନେଉଳପୁରରୁ ଇଶାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଘଟଣାରେ ଅଧିକ ତଦନ୍ତ ଚଲାଇ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। । ସୂଚନାଯୋଗ୍ୟ ଯେ […]