
ଶୁକ୍ରବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ମର୍ମତୃନ୍ତ ଦୁର୍ଘଟଣା ଘଟି କେନ୍ଦ୍ରାପଡ଼ା ଜିଲାର ୪ ଜଣଙ୍କ ଅକାଳ ବିୟୋଗ ଘଟିଛି । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇ ବ୍ଲକ୍ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ତ୍ରିଲୋଚନ ନାୟକ, ବିଜୟ କୁମାର ନାୟକ ଏବଂ ଆଳି ବ୍ଲକ ସହିରା ଗ୍ରାମ ପଞ୍ଚାୟତର ଅଙ୍ଗରକ୍ଷ ଗ୍ରାମର ଉମେଶ ଚନ୍ଦ୍ର ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ରଶ୍ମିତା ସାହୁ ଲିଲିମା । ଘଟଣାରୁ ପ୍ରକାଶ ଅସୁସ୍ଥ ଉମେଶଙ୍କୁ ଏକମାସ ତଳେ ପରିବାର ଲୋକେ କିମ୍ସ ହସ୍ପିଟାଲ ଭୁବନେଶ୍ବରରେ କିକିତ୍ସା କରାଉଥିଲେ । ମାତ୍ର କିମ୍ସ ଡାକ୍ତର ଉଚ୍ଚତର ଚିକିତ୍ସା ପାଇଁ ବାଙ୍ଗାଲୋର୍ ଭିକ୍ଟୋରିଆ ହସ୍ପିଟାଲ୍କୁ ରେଫର କରିଥିଲେ । କିମ୍ସର ନିଜସ୍ଵ ଆମ୍ବୁଲେନ୍ସ ଯୋଗେ ଉପରୋକ୍ତ ଚାରି ଜଣ ବାଙ୍ଗାଲୋର ଯାଇଥିଲେ। ବୁଧବାର ବାଙ୍ଗାଲୋରରେ ପହଁଞ୍ଚି ଗୁରୁବାର ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲେ । ମାତ୍ର ଭିକ୍ଟୋରିଆ ହସ୍ପିଟାଲ ଡାକ୍ତର ଏହାର ଚିକିତ୍ସା ଏଠାରେ ହେଉନାହିଁ କହି ଫେରାଇ ଦେଇଥିଲେ । ଗୁରୁବାର ରାତିରେ ସେମାନେ ସେହି ଆମ୍ବୁଲେନ୍ସ ଯୋଗେ ଫେରୁଥିବା ବେଳେ ବାଙ୍ଗାଲୋର୍-ତିରୁପତି ଜାତୀୟ ରାଜପଥର ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଞ୍ଚଳରେ ରାସ୍ତାରେ ଠିଆ ହୋଇଥିବା ଗୋଟିଏ ତୈଳବାହୀ ଟ୍ୟାଙ୍କର୍-ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ ଘଟନା ସ୍ଥଳରେ ସମସ୍ତ ଚାରିଜଣ ମୁତ୍ୟୁ ବରଣ କରିଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରା ଓଡିଶା ମୋ ପାରିବାରକୁ ଏହି ଦୁଃଖଦ ଖବର ଦେବା ସହ ଆନ୍ଧ୍ରପ୍ରଦେଶ ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ମୃତ ଦେହ ଗୁଡ଼ିକ ଡ଼ାକ୍ତରୀ ମାଇନା ପରେ କିପରି କେନ୍ଦ୍ରାପଡ଼ା ପହଁଞ୍ଚିବ ଆଲୋଚନା କରିବା ସହ ବନ୍ଦୋବସ୍ତ କରିଛନ୍ତି ଏବଂ ମୃତକ ମନାନଙ୍କ ପରିବାର କୁ ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।











