ମାର୍କେଟ କମ୍ଲେକ୍ସ ଗୃହ ଉଦଘାଟିତ



କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହାସପୁର ଠାରେ ମାର୍କେଟ କମ୍ପେ୍ଲକ୍ସ ଗୃହ ମଙ୍ଗଳବାର ପବିତ୍ର ମକରସଂକ୍ରାନ୍ତୀ ଅବସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ସରୋଜିନୀ ନାୟକ ଓ ସମିତିସଭ୍ୟ ସରୋଜରଞ୍ଜନ ଜେନା ଅତିଥି ଭାବେ ଯୋଗଦେଇ ଏହି ମାର୍କେଟ କମ୍ପେ୍ଲକ୍ସ ଗୃହକୁ ଉଦଘାଟନ କରିଥିଲେ। ଏହି ମାର୍କେଟ କମ୍ପେ୍ଲକ୍ସରେ ନିର୍ମିତ ହୋଇଥିବା ୬ଟି ଦୋକାନ ଗୃହକୁ ଗଜେନ୍ଦ୍ର ପରିଡା, ନାଗମଣୀ ସାହୁ, ମାନଗୋବିନ୍ଦ ରାଉତ, ପ୍ରଭଞ୍ଜନ ବେହେରା, ଗୁରୁଦେବ ଜେନା ଓ ଶ୍ରୀନିବାସ ନାୟକଙ୍କୁ ଭଡାସୁତ୍ରରେ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱରୀ ଜେନା, ମନୋଜ ନାୟକ, ନିତ୍ୟାନନ୍ଦ ମହାନ୍ତି, ରାଜକିଶୋର ବିଶ୍ୱାଳ, ପଦନ ବେହେରା, ବବଲୁ ଜେନା, ନିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।


Next Post

ତୃତୀୟ ଜିଲ୍ଲାସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

Tue Jan 14 , 2025
କେନ୍ଦ୍ରାପଡା,୧୪ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟିତ କରି କହିଲେ ଯେ କ୍ରୀଡା ଦ୍ୱାରା ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡାବାସୀଙ୍କ ନିମନ୍ତେ […]