ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଓ ଧାରଣାକୁ ବିଜେପି ନେତାଙ୍କ ସମର୍ଥନ


ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରଚଂଳର ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଜାରି ରହିଛି ।  ଶହଶହ ଶିକ୍ଷକ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଜଣାଇବା ସହ ଧାରଣାରେ ବସିଛନ୍ତି। ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଓ ସମୂହ ଛୁଟି ଅବ୍ୟାହତ ରହିବ ବୋଲି  ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜିଦରେ ଅଟଳ ରହିଛନ୍ତି  । ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନକୁ ଓଲ୍ଲାଇବା ଯୋଗୁ ପଟ୍ଟାମୁଣ୍ଡାଇରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଠପ ହୋଇଯାଇଛି।  ପ୍ରାୟ ୫ଶହରୁ ଅଧିକ ଶିକ୍ଷକ ପଟ୍ଟାମୁଣ୍ଡାଇ ବ୍ଳକ ଶିକ୍ଷା ଅଧିକାରୀଙ୍କୁ  ଛୁଟି ଦରଖାସ୍ତ ଦେଇ ଧାରଣାରେ ବସିଛନ୍ତି ।  ପ୍ରାଥମିକ ଶିକ୍ଷକ ମାନେ ଛୁଟିରେ ଯିବାରୁ ପଟ୍ଟାମୁଣ୍ଡାଇ ବ୍ଳକରେ ୧୧୩ ଟି ପ୍ରାଥମିକ ବିଦ୍ୟାଳୟ ଓ ୭୮ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଠପ ହୋଇଯାଇଛି। 

ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରାଂଚଳରେ  ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ୧୮ ହଜାର  ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ବିଜେପି ନେତା ସୁନାକାର ବେହେରା ଓ ବିଷ୍ଣୁ ଦାସ ସମର୍ଥନ କରିବା ସହିତ  ଶିକ୍ଷକଙ୍କ ଧାରଣାସ୍ଥଳରେ ପହଂଚି ଧାରଣା ଦେଇଥିଲେ ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ବିଜେପି ନେତାମାନେ ଦାବୀ କରିଥିଲେ


Next Post

ବିଶିଷ୍ଟ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ପରଲୋକ

Tue Sep 19 , 2023
କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ, ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନର ଅବିସମ୍ବାଦିତ ନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ, ବଗଡାସ୍ଥିତ ସିଦ୍ଧ ମରିଚାଣୀ ବିଦ୍ୟାପୀଠର ପ୍ରତିଷ୍ଠାତା ଭଜକୃଷ୍ଣ ରାଉତଙ୍କ ୭୬ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମର ଶରୀର ନିକଟରେ ୩ପୁତ୍ର ଓ ଦୁଇ କନ୍ୟା ଉପସ୍ଥିତ ଥିଲେ ।ସେ ଜଣେ ଉଚ୍ଚକୋଟିର ମେଳାପି, ମିଷ୍ଠଭାଷି, ସ୍ନେହୀ ପରୋପକାରୀ ମଣିଷ ଭାବେ ସମଗ୍ର […]