କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ଓ ପାଣ୍ଠି ସଂଗ୍ରହ ଅଭିଯାନ


କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ସୃଷ୍ଟି କରିବା ଏବଂ ଗଣପାଣ୍ଠି ସଂଗ୍ରହ ଅଭିଯାନ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହରରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଟାନ କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ମଣ୍ଡଳୀ ସଦସ୍ୟ ଆଦିକନ୍ଦ ରାଉଳ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ବୈଷ୍ଣବ ଚରଣ ସ୍ୱାଇଁ, ସେକ ଜଲାଲଉଦ୍ଦିନ, ସୁହାନା ବିବି, ତନୁଜା ଥାପ୍ପା ପ୍ରମୁଖ ସାମିଲ ହୋଇ ମେଡିକାଲ କଲେଜ ଦାବି ପ୍ରତି କେନ୍ଦ୍ରାପଡା ସହରର ବ୍ୟବସାୟୀ ଭାଇମାନଙ୍କ ସହଯୋଗ କାମନା କରିବା ସହିତ ଗଣପାଣ୍ଠି ସଂଗ୍ରହ କରିଥିଲେ ।