ମୋଦିଙ୍କ ଜନ୍ମଦିନରେ ଭାଜପା ପକ୍ଷରୁ ସମୂହ ଦୀପଦାନ


ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ନ ଦିନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ପୂଜାଅର୍ଚନା ସହ ସମୂହ ଦୀପଦାନ କରାଯାଇଥିଲା । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଡ଼ ଅଲେଖ ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ନେତା ଜ୍ୟୋତି ପ୍ରକାଶ ପ୍ରଧାନ,ପ୍ରାକ୍ତନ ନଗର ଭାଜପା ସଭାପତି ପଦ୍ମନାଭ ପଣ୍ଡା, ନଗର ମହିଳା ଭାଜପା ସଭାପତି ରଶ୍ମିତା ସାହୁ, ନଗର ଯୁବମୋର୍ଚା ସଭାପତି ଅଜୟ ଦାସ, ନଗର ସାଧାରଣ ସମ୍ପାଦକ ଅଶୋକ ସାହୁ ଲିଜାରାଣୀ ଦାସ, ସ୍ୱର୍ଣ୍ଣଲତା ବିଶ୍ୱାଳ ସୁଷମା ବେହେରା,ଗୀତାଞ୍ଜଳି ରାଉତ,ରିତାରାଣୀ ଦାଶ, ଝୁନାରାଣୀ ସାହୁ ବନ୍ଦନା ନାୟକ,ସୁଧାଂଶୁ ତ୍ରିପାଠୀ, ଅଶୋକ ଗିରି, ଦୀପକ ମଲିକ, ଦେବାଶିଷ ମଲିକ,ହୃଷିକେଶ ମଲିକ ଓ ସୁଶାନ୍ତ ସେଠୀ ପ୍ରମୁଖ ବହୁ ଭାଜପା କାର୍ଯ୍ୟକର୍ତା ଯୋଗ ଦେଇ ଦୀପଦାନ କରିଥିଲେ ।


Next Post

କୃଷି ବିଭାଗ ପକ୍ଷରୁ କ୍ଷେତ୍ରକର୍ମଚାରୀ ତାଲିମ ଶିବିର

Fri Sep 22 , 2023
ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଆଧୁନିକ ଜ୍ଞାନକୌଶଳ ସହ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଥିବାରୁ କୃଷକ ସାଥୀ ସମେତ କୃଷି ବିଭାଗ କ୍ଷେତ୍ରକର୍ମ ଚାରୀମାନେ ସରକାରଙ୍କ କୃଷକକଲ୍ୟାଣ ଯୋଜନାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକ ସାଥୀ ଓ କ୍ଷେତ୍ରକର୍ମଚାରୀଙ୍କୁ ନେଇ ଆୟୋଜିତ ତାଲିମ ଶିବିରରେ ଯୋଗ ଦେଇ ବିଭାଗୀୟ ଅଧିକାରୀ ଓ ତାଲିମଦାତାମାନେ ପ୍ରକାଶ କରିଛନ୍ତି । ଏହି […]