କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଚାଲିଥିବା ଗଣଧାରଣା ଆଜି ୧୮ଦିନ ପୁରିଲା । ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସାଧାରଣରେ ଦିନକୁ ଦିନ ସମର୍ଥନ ଓ ସହାନୁଭୂତି ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରତ୍ୟେକ ଦିନ ଏକାଧିକ ସ୍ଥାନରେ ଜନଚେତନା ବୈଠକ ଅନୁଷ୍ଠିତ ହୋଇ ଲୋକମାନଙ୍କୁ ସଂଗଠିତ କରାଯାଉଛି । କମିଟିର କର୍ମକର୍ତ୍ତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ଆନ୍ଦୋଳନ ମୁହାଁ କରିବାକୁ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି । ଆଜି ଜିଲ୍ଲା ବିକାଶ ସାମ୍ମୁଖ୍ୟ ଉପସଭାପତି ବୈଷ୍ଣବ ଚରଣ ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ଭାଗୀରଥି ଜେନା, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଗୟାଧର ଧଳ, ଆଦିକନ୍ଦ ରାଉଳ, କବି ରାମକୃଷ୍ଣ ଦାଶ, ଶ୍ରୀଧର ମହାନ୍ତି, ଅଭିମନ୍ୟୁ ରାଉତ, ସୁହାନା ବେଗମ, ସୁହାନା ବିବି, ତନୁଜା ଥାପ୍ପା, ଲଜମୁନ ନିଶା ପ୍ରମୁଖ କେନ୍ଦ୍ରାପଡାବାସୀଙ୍କ ପ୍ରତି ସରକାରଙ୍କ ଲଗାତର ଅବିଚାର ଓ ବୈମାତୃକ ମନୋଭାବର କଡା ସମାଲୋଚନା କରି ଆସନ୍ତା କାଲି ଦୁହୁରିଆ ନିକଟରେ ୫ନମ୍ବର(କ) ଜାତୀୟ ରାଜପଥ, କଟକ-ଚାନ୍ଦବାଲି ରାଜ୍ୟପଥ ଓ ହରିଦାସପୁର – ପାରାଦୀପ ରେଳପଥକୁ ଅର୍ଥ ନୈତିକ ଅବରୋଧ କରାଯାଇ ଏହାର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ ।
kanikanews.in
Next Post
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ
Sun Sep 24 , 2023
କେନ୍ଦ୍ରାପଡ଼ା,୨୩ା୯ : ଦୀର୍ଘଦିନ ହେବ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦଳମତ ନିର୍ବିଶେଷରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଚାଲିଥିବା ଆନ୍ଦୋଳନ ସହିତ ଗତ ଗୁରୁଦିବସ ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୧୮ଦିନ ଧରି ଚାଲିଥିବା ଗଣଧାରଣା ଆଜି ଶୀର୍ଷ ରୂପ ନେଇଛି । ଏହି ଆନ୍ଦୋଳନରେ ସମସ୍ତ ୯ଟି ବ୍ଲକ ଓ […]

You May Like
- 9 months ago
ଡାମରପୁର ଘାଟ ନିକଟରୁ ମୃତ କୁମ୍ଭୀର ଉଦ୍ଧାର
- 11 months ago
ଦାମୋଦରପାଟଣାରେ ନନ୍ଦ ଉତ୍ସବ
- 1 year ago
ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ