କଂଗ୍ରେସକୁ ବିଶ୍ୱାସକୁ ନେଇ ଧୋୟାଞ୍ଚଳରେ ପରିବର୍ତ୍ତନ ଆଣନ୍ତୁ


କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୭ ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ରବିବାର କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଦାଣ୍ଡିସାହିଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ଧୋୟାଞ୍ଚଳର ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହୀ ଓ ବଲୁରିଆ ସମେତ ୭ଟି ପଞ୍ଚାୟତର ୭ଶହରୁ ଉର୍ଦ୍ଧ୍ୱ କର୍ମୀ ଏକାଠି ହୋଇ ଆଗାମୀ ନିର୍ବାଚନରେ ‘ଆମ୍ଭେ ବିଧାନସଭା ଯିବା’ ଲକ୍ଷ୍ୟ ହାସଲ କରିବାକୁ ଶପଥ ନେଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ସଭାର ସଞ୍ଚାଳନ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ଆହ୍ୱାନ ଦେଇ କହିଥିଲେ ଯେ ‘ଏଥର କଂଗ୍ରେସ, ଏଥର ଗଣେଶ’ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଜ୍ୟେଷ୍ଠେ କଦଳୀ ଆଷାଢେ କିଆ, ଡାକ ନଡାକ ହୋଇଛି ଠିଆ । ଅଗାମୀ ନିର୍ବାଚନ ଆମ ପାଇଁ ‘କର ବା ମର’ର ଆହ୍ୱାନ ସୃଷ୍ଟି କରୁଛି । ଆପଣମାନେ ଏକାଠି ହେଲେ ଅସମ୍ଭବ ସମ୍ଭବ ହୋଇପାରିବ । କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କ ଜନବିରୋଧୀ ନୀତିର କଡା ସମାଲୋଚନା କରିବା ସହିତ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ନେତା ଓ କର୍ମୀମାନେ ସମସ୍ତ ମତଭେଦ ଭୁଲି ଐକବଦ୍ଧ ଭାବେ ସଂଗଠନକୁ ମଜବୁତ କରି ବିଜୟ ହାସଲ ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ ।  ଦଳଛାଡି ଚାଲିଯାଉଥିବା ବନ୍ଧୁମାନଙ୍କୁ ଫେରି ଆସିବାକୁ ମଧ୍ୟ ନିବେଦନ କରିଥିଲେ । ମଞ୍ଚାସୀନ ନେତୃମଣ୍ଡଳୀ ଯଥା ପୂର୍ବତନ ସରପଞ୍ଚ ଧନେଶ୍ୱର ପ୍ରଧାନ, ପୂର୍ବତନ ସରପଞ୍ଚ ଅଜୟ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ନୃସିଂହ ଚରଣ ବିଶ୍ୱାଳ, ପୂର୍ବତନ ସରପଞ୍ଚ କୂଳମଣୀ ମଲ୍ଲିକ, ପୂର୍ବତନ ସରପଞ୍ଚ କ୍ଷମାନିଧି ସାମଲ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପୂର୍ବତନ ସମିତି ସଭ୍ୟ ଗୋଲଖ ବେହେରା, ବରିଷ୍ଠ ଦଳିତ ନେତା ନିମାଇଁ ଚରଣ ସେଠୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ୍ ଅଖତର, କେନ୍ଦ୍ରାପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପଞ୍ଚାୟତ କଂଗ୍ରେସ ସଭାପତି ଚନ୍ଦନ କୁମାର ସାହୁ, ପଞ୍ଚାୟତ କଂଗ୍ରେସ ସଭାପତି ଦୀପକ କୁମାର ନାୟକ, ପଞ୍ଚାୟତ କାର୍ଯ୍ୟକାରୀ ସଭାପତି ରଞ୍ଜିତ୍ ସ୍ୱାଇଁ, ବରିଷ୍ଠ ଦଳିତ ନେତା ରଘୁନାଥ ଜେନା, ବରିଷ୍ଠ କଂଗ୍ରେସ ନେତା ଉମାକାନ୍ତ ରାଉତ, ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ଦାସ, ଡିସିସି ସାଧାରଣ ସମ୍ପାଦକ ଅଭିଷେକ ବିଶ୍ୱାଳ ପ୍ରମୁଖ ଭାଉଷଣ ଦେଇ କଂଗ୍ରେସର ବିଜୟ ଧୋୟାଞ୍ଚଳର ବିକାଶ ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦୀପକ କୁମାର ଭଦ୍ର, ସୁରେନ୍ଦ୍ର ସେଠୀ, ରଞ୍ଜନ ରାଉତ, ସତ୍ୟସୁନ୍ଦର ରାୟ, କାଙ୍ଗାଳୀ ଚରଣ ସେଠୀ, ଡ. ରବର୍ଟସନ୍ ରାଜୁ, ରାକେଶ ବେହେରା, ଭାଗୀରଥୀ ସାହୁ, ପ୍ରତାପ କୁମାର ବିଶ୍ୱାଳ, ମହେଶ୍ୱର ବିହାରୀ, କୁଶାସନ ସେଠୀ, ବାଦଲ ବେହେରା, କିଶୋର ଚରଣ ଦାସ, ତନୋଜ କୁମାର ଆରୁକ୍‌, ସୁରେନ୍ଦ୍ର ପାଗଳ, ବିରେନ୍ ନାୟକ, ଗଙ୍ଗାଧର ବେହେରା, ବଟକୃଷ୍ଣ ସେଠୀ, ବସନ୍ତ କୁମାର ଜେନା, ଅଶୋକ ସାହୁ, ଖଗେଶ୍ୱର ଜେନା, ବିଷ୍ଣୁଚରଣ ମାଝି, ବଟ ଜେନା, ଅପୂର୍ବ ସାମଲ, ସହଦେବ ତରାଇ, ଶୁକଦେବ ତରାଇ, ପ୍ରଭାକର ସାମଲ, ଶଙ୍କର ମଲ୍ଲିକ, ରଘୁନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କୈଳାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆଧ୍ୟାତ୍ମିକ ପକ୍ଷ ପାଳନ, ଗରାପୁର ଆଶ୍ରମରେ ଚିଦାନନ୍ଦଙ୍କ ଜୟନ୍ତୀ ସମାରୋହ

Sun Sep 24 , 2023
କେନ୍ଦ୍ରାପଡ଼ା, ୨୪ା୯: କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତମାସ ୮ତାରିଖରେ ବିଶ୍ୱ ଦିବ୍ୟଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୩୬ତମ ଜୟନ୍ତୀ ଠାରୁ ୨୪ତାରିଖ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦିବ୍ୟ ଆଧ୍ୟାତ୍ମିକ ପକ୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟେହ ନଗର ସଙ୍କୀର୍ତ୍ତନ, ଗୁରୁ ପାଦପୂଜା, ଯୋଗାସନ, ଗୀତା ଓ ଭାଗବତ ପାରାୟଣ, […]

You May Like