ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଖୋଲାଯିବ :ମନ୍ତ୍ରୀ



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ବିଜ୍ଞାନର ପ୍ରଚାର ପ୍ରସାର ତଥା ଭିତରକନିକା ଜୈବ ବିବିଧତା ଉପରେ ଛାତ୍ର ଛାତ୍ରୀ ମାନେ ଗବେଷଣା କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଧାନସଭାରେ ପ୍ରକାଶ କରିଛନ୍ତି । ଏହି ଖବର ପଟ୍ଟାମୁଣ୍ଡାଇବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି ।


Next Post

ଅଖିଳ ଭାରତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ହେଲେ ମହମ୍ମଦ ଅମୀର

Mon Sep 25 , 2023
କେନ୍ଦ୍ରାପଡ଼ା, ୨୫ା୯: ଅଖିଳ ଭାରତୀୟ ଏସ.ସି. , ଏସ.ଟି. , ଓ.ବି.ସି. ଏବଂ ସଂଖ୍ୟାଲଘୁ ବିକାଶ ପରିଷଦର ରାଷ୍ଟ୍ରୀୟ ସଭାପତି ରାଜ ସିଂ ଭରଦ୍ୱାଜଙ୍କ ସହମତିରେ ୭ଟି ରାଜ୍ୟର ରାଜ୍ୟ ସଭାପତି ଓ ରାଜ୍ୟ ମହାସଚିବଙ୍କ ନାମ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଅଭିଷେକ କୁମାର ଯାଦବ ଘୋଷଣା କରିଛନ୍ତି । ଏଥିରେ ଓଡିଶାରୁ ପ୍ରଦେଶ ମହାସଚିବ ଭାବେ କେନ୍ଦ୍ରାପଡା ସହରସ୍ଥିତ ଫକିରାବାଦର ମୀର ମହମ୍ମଦ ଅମୀରଙ୍କୁ ମନୋନିତ କରାଯାଇଛି । […]

KANIKA