କେନ୍ଦ୍ରାପଡ଼ା, ତା୨୫/୦୯: ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍ହଲ୍ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ନିରାପତା ଓ ବଂଚିବାର ଅଧିକାରକୁ ସୁଦୃଢ଼ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସାମଲ ମତବ୍ୟକ୍ତ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ବରିଷ୍ଠ ନାଗରିକଙ୍କର ଭୂମିକା ବିଷୟରେ ଉଚ୍ଚବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇ ପ୍ରତି ବ୍ଲକ୍ରୁ ଦୁଇ ଜଣ ଓ ପ୍ରତି ପୌରାଂଚଳରୁ ଦୁଇ ଜଣ ଲେଖାଏଁ କୃତୀ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତିଯୋଗିତାରେ ସାମିଲ୍ ହୋଇଥିବା ଅନ୍ୟ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଅକ୍ଟୋବର ୧ ତାରିଖ ସକାଳ ୮ଟା ସମୟରୁ ୯ଟା ମଧ୍ୟରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ସହର ଓ ସାଆନ୍ତ ସାହି ମଧ୍ୟ ଦେଇ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍ହଲ୍ରେ ପହଚିଂବେ । ପୌର ପରିଷଦଠାରେ ବିଭିନ୍ନ ବ୍ଲକ୍ରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କର ପଞ୍ଜୀକରଣ କରାଯିବ । କେନ୍ଦ୍ରାପଡ଼ା ବ୍ଲକ୍ ଓ ପୌରାଂଚଳରୁ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କୁ ସହାୟତା ଯାନ ଓ ଉପକରଣ ପ୍ରଦାନ କରାଯିବ । ତତ୍ସହିତ ଦୁଇ ଜଣ ପ୍ରମୂଖ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯିବ ଏବଂ ଜିଲ୍ଲା ବରିଷ୍ଠ ନାଗରିକ କମିଟିର ସଭ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ବ୍ଲକ୍ ବରିଷ୍ଠ ନାଗରିକ ସଂଘର ଜଣେ ବରିଷ୍ଠ ନାଗରିକଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଦିବସ ପାଳନର ଶେଷଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଂଟନ କରାଯିବ । ଉକ୍ତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, କେନ୍ଦ୍ରାପଡ଼ା ବ୍ଲକ୍ ଶିକ୍ଷାଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବରିଷ୍ଠ ନାଗରିକ ନାରାୟଣ ପତି, ବିଭିନ୍ନ ସ୍କୁଲ୍ର ପ୍ରଧାନଶିକ୍ଷକ, ବିଭିନ୍ନ ବ୍ଲକ୍ର ବିଏସ୍ଏସ୍ଓ ପ୍ରମୂଖ ଯୋଗ ଦେଇଥିଲେ । ପ୍ରାରମ୍ଭିକ ସୂଚନା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
kanikanews.in
Next Post
ପଟ୍ଟାମୁଣ୍ଡାଇ ପୌରପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା ବୈଠକ
Mon Sep 25 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହିତ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ ଓଡିଶା […]

You May Like
- 1 year ago
କେନ୍ଦ୍ରାପଡାରେ ବିଜେପିର ସାମ୍ବାଦିକ ସମ୍ମିଳନୀ
- 4 months ago
ନିମପୁରଶାସନ ନୋଡାଲ ହାଇସ୍କୁଲରେ ଆଲୋଚନାଚକ୍ର
- 7 months ago
ଅଢାଖଣ୍ଡ ଅଗ୍ନିବିପନ୍ନ ପରିବାରକୁ ସାଂସଦଙ୍କ ସହାୟତା