ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଧୋୟାଂଚଳ ଗସ୍ତ


୨୦୨୪ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ କିଛିଟା ଉଷ୍ମତା ଆସିଗଲାଣି । ସବୁ ଦଳ ନିଜ ନିଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିକାଶମୂଳକ କାମ ସହ ଦଳୀୟ ଆଭ୍‌ିମୁଖ୍ୟକୁ ବିଭିନ୍ନ ପ୍ଳାଟଫର୍ମରେ ଜନସାଧାରଣଙ୍କ ପାଖରେ ପହଂଚାଉଛନ୍ତି । ରବିବାର କଂଗ୍ରେସ ନେତା ଗଣେଶ୍ୱର ବେହେରା ଧୋୟାଂଚଳରେ କର୍ମୀସମ୍ମିଳନୀ କରି କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି ସରକାରଙ୍କ ଜନବିରୋଧୀ ନୀତିର କଡା ସମାଲୋଚନା କରିଥିବା ବେଳେ ସୋମବାର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ ଧୋୟାଂଚଳର ବିଭିନ୍ନ ପଂଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅଳପୁଆ ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀଙ୍କ ପିତା ଗିରିଧାରୀ ସେଠୀଙ୍କ ପରଲୋକ ଖବର ପାଇଁ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଅଣ୍ଢରା ଗ୍ରାମର ଦିବଂଗତ ଚିତରଞ୍ଜନ ଜେନା ଓ ଅମୃତମଣୋହି ଗ୍ରାମର ଦିବଂଗତ ସୁଶାନ୍ତ ସେଠୀ ଓ ଜଗନ୍ନାଥପୁର ସିଦ୍ଧବାଲି ଗ୍ରାମର ଦିବଂଗତ କାଳନ୍ଦୀ ଦାସ ଓ ତରେଇପାଟଣାର ବୀରେନ୍ଦ୍ର ସାମଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାଛଡା ଗୋବିନ୍ଦପୁର, ନୀଳକଣ୍ଠପୁର ଓ ବାଲିପାଟଣା ଗ୍ରାମରେ ବିଭିନ୍ନ ବିଭିନ୍ନ ଦିବଂଗତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ତାଙ୍କ ସହିତ ପୂର୍ବତନ ବ୍ଲକ ଉପାଧକ୍ଷ ସୁଶାନ୍ତ ଦାସ, ବରିଷ୍ଠ ନେତା ମନୋରଞ୍ଜନ ସ୍ୱାଇଁ, ପୂର୍ବତନ ସରପଂଚ ପ୍ରଭାତ ରଞ୍ଜନ ପ୍ରଧାନ ସୁକାନ୍ତ ଦାସ, ପପୁ ଖଣ୍ଡାଇ ପ୍ରମୁଖ ବହୁ ସମର୍ଥକ ସାମିଲ ହୋଇ ବିଭିନ୍ନ ଅଂଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading