ଭାରତ ରତ୍ନ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ରାଜନଗର ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂତନ ଭାରତ ଗଠନରେ ବାଜପାୟୀଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଜୟନ୍ତୀ ସଭାରେ ବିଜେପି ସଂଯୋଜକ ଦିଲ୍ଲୀପ ରାଉତ,କିଶୋର ସାମନ୍ତରାୟ, ଦିଲ୍ଲୀପ ପାତ୍ର,ପ୍ରହଲ୍ଲାଦ ପଣ୍ଡା, କୈଳାଶ ପରିଡା,ରଞ୍ଜନ ମହାପାତ୍ର, ଅଜୟ ସାମନ୍ତରାୟ,ପ୍ରତାପ ଜେନା, ଦେବାଶିଷ ମଲିକ, ଖଗେଶ୍ୱର ରାଉତ, ମାଧବାନନ୍ଦ ଭୂୟାଁ,ଶାରଦା ପ୍ରସାଦ ପରିଡା, ଗଣେଶ୍ୱର କୁଣ୍ଡୁ,ଶଙ୍କର୍ଷଣ ମହାନ୍ତି, ଚିତ୍ତରଞ୍ଜନ ଶତପଥୀ, ମାଗୁଣି ନାୟକ, ନିରଞ୍ଜନ ନାୟକ,ଦିନେଶ ଦାସ,ହୃଷିକେଶ ମଲିକ,ଚିତ୍ତ ରଞ୍ଜନ ଦାସ, ସୁଦର୍ଶନ ମଲିକ, ରତ୍ନାକର ସେଠୀ,ବାବୁ ମଲିକ ପ୍ରମୁଖ ବହୁ ବିଜେପି ନେତା ଓ କର୍ମକର୍ତ୍ତା ଯୋଗ ଦେଇ ବାଜପାୟୀଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ମଣ୍ଡଳ ସଭାପତି ନୃସିଂହ ସାହୁ ଧନ୍ୟବାଦ ଦେଇଥିଲେ ।