ବିଭିନ୍ନ ଦୁର୍ନୀତିର ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରଣହୁଙ୍କାର ଦେଲା କଂଗ୍ରେସ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଭ୍ରଷ୍ଟାଚାର ଦୁର୍ନୀତି , ଶାସକଦଳ ପ୍ରେମ. ସାଧାରଣ ଜନତାଙ୍କ ହକରେ ବାଧକ ସାଜିଥିବା ଧୃତରାଷ୍ଟ୍ର ସଦୃଶ୍ୟ ବିଡିଓଙ୍କ ବିରୁଦ୍ଧରେ ବୁଧବାର ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲା ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ଜନସାଧାରଣ ବିଡିଓଙ୍କ ନିଜସ୍ୱ କାର୍ଯ୍ୟାଳୟରେ ପହଁଚି ବିଡିଓଙ୍କ ସହିତ କଥା କଟାକଟି ହୋଇଥିଲେ ସାଧାରଣଲୋକଙ୍କ କାର୍ଯ୍ୟରେ ଅନିୟମିତତା ହୋଇଥିବା କଥାକୁ ବିଡିଓ ଖାତିର କରୁନଥିବାରୁ କଂଗ୍ରେସ ନେତା କର୍ମୀ ଉତ୍ୟକ୍ତ ହୋଇ ଅଫିସରେ ତାଲା ପାକାଇ ଚାବି ବିଡିଓଙ୍କୁ ହସ୍ତାନ୍ତର କରିଥିଲେ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଡିଓ ସୁଭ୍ରାଂଶୁ ସାହୁ ବ୍ଲକରେ ଦୀର୍ଘଦିନ ଧରି ପ୍ରଶାସନ ଶାସକ ଦଳର ସଲାସୁତୁରାରେ ବ୍ଲକରେ ବିଭିନ୍ନ ଉନ୍ନୟନ କାମ କରି ଲକ୍ଷ ଲକ୍ଷ ଟଙ୍କାର ବିଲ ହଡପ କରିବା, ବ୍ଲକ ଅଧ୍ୟକ୍ଷଙ୍କ କଥାରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନଦେଇ ଅଯୋଗ୍ୟଙ୍କୁ ପ୍ରଦାନ କରାଯାଉଛି, ଦୀର୍ଘ ଦିନ ଧରି ପ୍ରକଳ୍ପ ସରିବା ପରେ ମଧ୍ୟ ବିଲ ପ୍ରଦାନରେ ଜାଣିଶୁଣି ବିଳମ୍ବ କରିବା, ଶାସକ ଦଳର କଥାରେ ପରିଚାଳିତ ହୋଇ ବୟସ୍କ ଯୋଗ୍ୟ ହିତାଧିକାରୀଙ୍କୁ ଭତା ନଦେଇ ଧନୀ ଅଯୋଗ୍ୟ ଲୋକଙ୍କୁ ଭତା ପ୍ରଦାନ କରିବା, ବ୍ଲକ ଅଧ୍ୟକ୍ଷଙ୍କ କଥାରେ ପରିଚାଳିତ ହୋଇ ବିରୋଧି ଦଳ ଜନପ୍ରତି ମାନଙ୍କୁ ବର୍ଷ ବର୍ଷ ଧରି ପାତର ଅନ୍ତର କରିବା ପ୍ରତିବାଦରେ ଆଜି କଂଗ୍ରେସ ଜିଲା ସଭାପତି ମହାନ୍ତିଙ୍କ ସହିତ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ, ନଗର ଉପସଭାପତି ଅବିନାଶ ଲେଙ୍କା, ବ୍ଲକ କଂଗ୍ରେସ ଉପସଭାପତି ବିରଚିଂ ନାରାୟଣ ଦାସ, ମଲୟ ଓଝା,ସମ୍ରାଟ ଜେନା, ଆଲୋକ ଧଳ, ସନାତନ ବିଶ୍ୱାଳ, ବିଲିକଣା ସରପଂଚ ଲକ୍ଷ୍ମିପ୍ରୀୟା ଷଡଙ୍ଗୀ, କଖାରୁଣୀ ସରପଂଚ ରମେଶ ମଲ୍ଲିକ, ଦିହୁଡୁପୁର ସରପଂଚ ନରେଶ ମଲିକ , ପୂର୍ବତନ ସରପଂଚ ମୀନତି ପାତ୍ର, ସମିର ପ୍ରଧାନ, ସମିତି ସଭ୍ୟ ମିଟୁ ଭୁୟାଁ ସମେତ ଶତାଧିକ ନେତା କର୍ମୀ ସାମିଲ ହୋଇ ପଟ୍ଟାମୁଣ୍ଡାଇ ବିଡିଓଙ୍କ ନିଜସ୍ୱ କାର୍ଯ୍ୟାଳୟରେ ପହଁଚି ବିଡିଓଙ୍କ ସହିତ ଆଲୋଚନାରେ କଥା କଟାକଟି କରିବା ସହିତ ହୋ ହଲ୍ଲାରେ ବିଡିଓ ନିଜ କାର୍ଯ୍ୟାଳୟରେ ନାକେଦମ୍ ହୋଇ ହଟହଟା ହେଇ ପଡିଥିଲେ ସାଧାରଣଲୋକଙ୍କ କାର୍ଯ୍ୟରେ ଅନିୟମିତତା ହୋଇଥିବା କଥାକୁ ବିଡିଓ ଖାତିର ନକରିବାରୁ କଂଗ୍ରେସ ନେତା କର୍ମୀ ଉତ୍ୟକ୍ତ ହୋଇ ବିଡିଓଙ୍କୁ ଅଫିସରୁ ବହାରକୁ ଅସିବାକୁ କହିଥିଲେ ପରେ ବିଡିଓଙ୍କ ଅଫିସରେ ତାଲା ପାକାଇ ଚାବି ବିଡିଓଙ୍କୁ ହସ୍ତାନ୍ତର କରିଥିଲେ ପ୍ରକଳ୍ପ ଗୁଡିକ ନିରପେକ୍ଷ ତଦନ୍ତ କରି ଚୁଡାନ୍ତ ତାଲିକାରେ ସାମିଲ କରିବା, ଦୀର୍ଘଦିନ ଧରି ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଗୁଡିକର ବିଲକୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ ନକରି ଶୀଘ୍ର ପ୍ରଦାନ କରିବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କୁ ତୁରନ୍ତ ତଦନ୍ତ କରି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା, ଭତା ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ତୁରନ୍ତ ଯୋଗ୍ୟ ହିତାଧିକାରଙ୍କୁ ଭତା ପ୍ରଦାନ କରିବା, ବିରୋଧି ଦଳର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅସୂୟା ମନୋଭାବ ପାତର ଅନ୍ତର ନକରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଚେତାଇ ଦେଇଥିଲେ ଯଦି ଅଗାମି ଦିନରେ କୈଣସି ମନମୁଖୀ କାଯ୍ୟ କରନ୍ତି ତାହାହେଲେ ଏକ ଜନ ଆନ୍ଦୋଳନ ହେବା ସହିତ ବ୍ଲକ ଆଗରେ ତାଲାପକାଇବୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି


Discover more from

Subscribe now to keep reading and get access to the full archive.

Continue reading