
ପଟ୍ଟାମୁଣ୍ଡାଇ ୨୧/୧୨ -କଟକରୁ ଯାତ୍ରୀମାନଙ୍କୁ ନେଇ ମହାକାଳପଡା ଜମ୍ବୁ ଅଭିମୁଖେ ଯାଉଥିବା ‘ଉମାଶଙ୍କର’ ନାମକ ଯାତ୍ରୀବାହୀ ବସ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥିନା ବଟପଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ ପ୍ରାୟ ୮ ରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କେନ୍ଦ୍ରାପଡା ଜିଲା ଚିକିତ୍ସାଳୟ ପଠାଯାଇଛି। ଦୁର୍ଘଟଣା ଘଟାଇବା ପରେ ବସ ଚାଳକ ଓ ସହାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ସେଠାରେ ପହଁଛି ସମୁଦାୟ ଘଟଣାର ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ କଟକ ରୁ ଭାୟା କେନ୍ଦ୍ରାପଡାରୁ ୨୯୮୮୬୬ ନମ୍ବର ଉମାଶଙ୍କର ବସ ସଂନ୍ଧ୍ୟା ୫ଟା ୩୦ରେପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ନେଇ ମାଳିବାସା ଦେଇ ଜମ୍ବୁ ଅଭିମୁଖେ ଯାଉଥିବା ବେଳେ ସନ୍ଧ୍ୟା ସାଢେ ୬ଟାରେ ବଡପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ବଡପଡା ଗ୍ରାମବାସୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ସୂଚନା ମିଳିବା ପରେ ଘଟଣାସ୍ଥଳକୁ ୨ଟି ଆମ୍ବୁଲାନ୍ସ ପହଁଚି ଆହତମାନଙ୍କୁ କେନ୍ଦ୍ରାପଡା ଜିଲା ଚିକିତ୍ସାଳୟ ପଠାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମଂଚଳ ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ବସରେ ଯାତ୍ରୀ ଫସିରହିଛନ୍ତି କି ନାହିଁ ତନଖି କରିଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

